ସାବଧାନ! ଅନ୍‌ଲାଇନ୍‌ରେ ପାନକାର୍ଡ ସହ ଜଡ଼ିତ କିଛି କାମ କଲେ ହୋଇପାରନ୍ତି ଠକାମୀର ଶିକାର

ଆଜିକାଲି ପ୍ରାୟ ଲୋକ ସବୁକାମ ଅନଲାଇନରେ କରୁଛନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କୁ ପାନ୍‌କାର୍ଡ଼ ଓ ତା’ ସହ ଜଡ଼ିତ କୌଣସି ପରିବର୍ତ୍ତନ କରିବା ସମୟରେ ସାବଧାନ ହେବା ନିହାତି ଜରୁରୀ। ସାଇବର ଠକେଇ ତଥା ସାଇବର ଆକ୍ରମଣକୁ ଦୃଷ୍ଟିରେ ରଖି ଆୟକର ବିଭାଗ ଏହାକୁ ନେଇ ଚେତାଇ ଦେଇଛନ୍ତି। ଯଦି ଆପଣ ଅନଲାଇନ ପାନକାର୍ଡ଼ ତିଆରି କରିବା ପାଇଁ ଚାହୁଁଛନ୍ତି, କୌଣସି ପ୍ରକାର ପରିବର୍ତ୍ତନ ପାଇଁ ଅନଲାଇନ୍‌ ଆବେଦନ କରୁଛନ୍ତି ତେବେ ଆୟକର ବିଭାଗର ସୂଚନା ଜାଣିବା ନିହାତି ଜରୁରୀ।

ଆୟକର ବିଭାଗ ନିକଟରେ ଏକ ସୂଚନା ଜାରି କରିଛନ୍ତି । ଏଥିରେ କୁହାଯାଇଛି ପାନକାର୍ଡ଼ ତିଆରି କରିବାର ଦାୟିତ୍ୱ କେବଳ ଦୁଇଟି ସଂସ୍ଥାନକୁ ଦିଆଯାଇଛି। ଏଥିରେ ଗୋଟିଏ ହେଲା ଗଜଉକ ଇ-ଗର୍ଭନାନ୍‌ସ ଇନଫ୍ରାଷ୍ଟକଚର ଲିମିଟେଡ଼୍‌ ଏବଂ ଅନ୍ୟଟି ହେଲା ୟୁଟିଆଇ ଇନଫ୍ରାଷ୍ଟକଚର ଟେକ୍ନୋଲେଜି ସର୍ଭିସେସ୍‌ ଲିମିଟେଡ଼୍‌। ପାନକାର୍ଡ଼ ସହ ଜଡ଼ିତ କୌଣସି ପରିବର୍ତ୍ତନ କରିବା ପାଇଁ ଏହି ଦୁଇଟି ସହସ୍ଥାନକୁ ଚୟନ କରାଯାଇଛି ବୋଲି ଆୟକର ବିଭାଗ ସ୍ପଷ୍ଟ କରିଛି। ଏହା ବ୍ୟତୀତ କୌଣସି ତୃତୀୟ ସଂସ୍ଥାନ ୱେବସାଇଟ୍‌ ଜରିଆରେ ପାନକାର୍ଡ଼ ପାଇଁ ଆବେଦନ କରନ୍ତୁ ନାହିଁ।

ଅନଲାଇନ୍‌ ପାନକାର୍ଡ଼ ସହ ଜଡ଼ିତ କାମ ଶେଷ କରିବା ପାଇଁ ଆପଣ ଏନଏସଡ଼ିଏଲକୁ ଯାଇପାରିବେ। ଏହା ବ୍ୟତୀତ ଆପଣ ପାନକାର୍ଡ଼ ସହ ଜଡ଼ିତ କାମ ଶେଷ କରିପାରିବେ। ଆୟକର ବିଭାଗ ସ୍ପଷ୍ଟ କରିଛି ଆପଣ କୌଣସି ବି ୟୁଆରଏଲ ଜରିଆରେ ପାନକାର୍ଡ଼ ତିଆରି କରିବା ପାଇଁ ଯଦି ଆବଦେନ କରି ତା’ ପାଇଁ ଶୁଳ୍କ ଦେଉଛନ୍ତି, ତେବେ ସେଥିପାଇଁ ଦାୟୀ ରହିବେ କେବଳ ଆପଣ। ଏପରିସ୍ଥଳେ ଧ୍ୟାନ ରଖନ୍ତୁ, ଯେତବେଳେ ଆପଣ ନୂଆ ପାନକାର୍ଡ଼ ତିଆରି ପାଇଁ ଅନଲାଇନ୍‌ ଆବେଦନ କଲେ କିମ୍ବା ଏଥିସହ ଜଡ଼ିତ କୌଣସି ଅପଡ଼େଟ୍‌ କରିବା ପାଇଁ ଚାହୁଁଛନ୍ତି, ତେବେ ଏଥିପାଇଁ ଉପରୋକ୍ତ ଦୁଇଟି ୟୁଆରଏଲରେ କାମ କରନ୍ତୁ। ପାନକାର୍ଡ଼ ଆବେଦନ ସମୟରେ କୌଣସି ପ୍ରକାର ଅନଧିକୃତ ୱେବସାଇଟ୍‌ କିମ୍ବା ୟୁଆରଏଲରେ ପାନକାର୍ଡ଼ ସହ ଜଡ଼ିତ କାମ କରନ୍ତୁ ନାହିଁ। ଏପରି କଲେ ଆପଣଙ୍କୁ ଭବିଷ୍ୟତରେ ଅସୁବିଧା ଭୋଗିବା ପାଇଁ ପଡ଼ିପାରେ।

ସମ୍ବନ୍ଧିତ ଖବର