ଅନଲାଇନ ଟ୍ରେଣ୍ଡ ମାୟାରେ ଏବେ ଭାରତର ଯୁବଗୋଷ୍ଠୀ। ହାତମୁଠାରେ ପୂରା ବିଶ୍ୱ। କୌଣସି ଜିନିଷ କିଣିବା ପାଇଁ ଆଉ ବାହାରକୁ ଯିବାର ଆବଶ୍ୟକତା ନାହିଁ। ମାତ୍ର ଗୋଟିଏ କ୍ଲିକରେ ମିଳିଯାଉଛି ସବୁ ଦରକାରୀ ଜିନିଷ। ଗୋଟିଏ କ୍ଲିକରେ ଘରେ ପହଞ୍ଚୁଛି ଜିନିଷ। କିନ୍ତୁ ଅନଲାଇନ ଜିନିଷ ବରାଦ କରୁଥିବା ଗ୍ରାହକମାନେ ଅଧିକାଂଶ ସମୟରେ ଠକାମିର ଶିକାର ହେଉଛନ୍ତି। ଏପରିକି ଠକାମିର ଶିକାର ହେଉଥିବା ଗ୍ରାହକ ଆଉ ଥରେ ଅନଲାଇନ କିଣାବିକା ଉପରେ ଭରସି ପାରୁନି। ତେଣୁ ଏବେ ମଧ୍ୟ ଅଧିକାଂଶ ଲୋକ ପାରମ୍ପରିକ ଭାବେ ଦୋକାନକୁ ଯାଇ ଜିନିଷ କିଣିବାକୁ ଉଚିତ ମଣୁଛନ୍ତି। ଇ-କର୍ମସ ଯୁଗରେ ମଧ୍ୟ ପାରମ୍ପରିକ ଦୋକାନର ଚାହିଦା ରହିଛି। ଆଉ ଲୋକଙ୍କର ଏହି ଚାହିଦାକୁ ପାଥେୟ କରି ୨୫ ବର୍ଷିୟା ସମ୍ଭବୀ ସିହ୍ନା ଏବେ ଜଣେ ସଫଳ ମହିଳା ବ୍ୟବସାୟୀ ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି।
ଯେଉଁଠି ଅନଲାଇନ ସପିଙ୍ଗ କମ୍ପାନି ଉପରୁ ଲୋକଙ୍କର ଭରସା ତୁଟିବାରେ ଲାଗିଛି ସେହିଭଳି ପରିସ୍ଥିତିରେ ସମ୍ଭବୀଙ୍କ ଅନଲାଇନ ସପିଙ୍ଗ କମ୍ପାନୀ ପୁଣିଥରେ ଗ୍ରାହକଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଛି। ୟୁନଭରସିଟି ଅଫ ଭରଜିନିଆରେ ଗଣିତ ଓ ବାଣିଜ୍ୟରେ ସ୍ନାତକ ଶେଷ କରିବା ପରେ ଭାରତକୁ ଫେରି ଆସିଥିଲେ ସମ୍ଭବୀ। ମିଡିଆ ରିପୋର୍ଟ ଅନୁଯାୟୀ ୨୦୧୩ରେ ସମ୍ଭବୀ ଭାରତ ଫେରିବା ପରେ ଦେଖିଲେ ଯେ, ଅନଲାଇନ ସପିଙ୍ଗର ଭାରତରେ ପ୍ରବଳ ମାତ୍ରାରେ ଚାହିଦା ଥିଲେ ମଧ୍ୟ ପାରମ୍ପରିକ ଦୋକାନରେ ଜିନିଷ କିଣିବା ପାଇଁ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଏହା ଦେଖିବା ପରେ ତାଙ୍କ ମନରେ ଏକ ନୂଆ ଯୋଜନା ଜନ୍ମ ନେଇଥିଲା।
/sambad/media/post_attachments/wp-content/uploads/2017/12/4_1028_1514617736_618x347-300x168.jpeg)
ଅନଲାଇନ ସପିଙ୍ଗ ଦୁନିଆରେ ଏକ ନୂଆ ଧରଣର ପରିବର୍ତ୍ତନ ଆଣିବାକୁ ଚିନ୍ତା କରି ସମ୍ଭବୀ ଏକ ଅନଲାଇନ ସପିଙ୍ଗ କମ୍ପାନି ଆରମ୍ଭ କଲେ। ତେବେ ଅନ୍ୟ ଅନଲାଇନ ସପିଙ୍ଗ କମ୍ପାନିଠାରୁ ତାଙ୍କ କମ୍ପାନି ଟିକିଏ ଭିନ୍ନ ଥିଲା। ତାଙ୍କ କମ୍ପାନିର ସାଇଟରେ ଗ୍ରାହକ ଅନଲାଇନରେ ଜିନିଷ ବୁକ୍ କରିବେ ସତ କିନ୍ତୁ ତାହାକୁ ଗ୍ରାହକ ମାନେ ନିଜର ନିକଟବର୍ତ୍ତୀ ଦୋକାନରୁ କିଣିପାରିବେ। ଯାହାଫଳରେ ଗ୍ରାହମାନେ ଠିକ୍ ଜିନିଷ ପାଇବା ସହିତ ଠକାମିର ଶିକାର ହେବେ ନାହିଁ କିମ୍ବା କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସମ୍ଭବୀଙ୍କ ଅନଲାଇନ ସପିଙ୍ଗ କମ୍ପାନି ଏମିତି ଏକ କମ୍ପାନି ଯେଉଁଠି ଗ୍ରାହକ ମାନେ ନିଜ ମନପସନ୍ଦର ଜିନିଷ ନିକଟବର୍ତ୍ତୀ ଦୋକାନରୁ ସିଧାସଳଖ ପାଇପାରିବେ।
ସମ୍ଭବୀ ନୂଆ ଅନଲାଇନ କମ୍ପାନି ଆରମ୍ଭ କଲେ ସତ କିନ୍ତୁ କମ୍ପାନି ସହ ସ୍ଥାନୀୟ ଦୋକାନୀକୁ ଯୋଡ଼ିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଦୋକାନ ମାଲିକଙ୍କୁ ତାଙ୍କ କମ୍ପାନି ଦ୍ୱାରା କିଭଳି ଲାଭ ମିଳିବ ତାହା ବୁଝାଇବା ବେଶ କଷ୍ଟକର ଥିଲା। କିନ୍ତୁ ଏଥିରେ ହାର ମାନିନଥିଲେ ସମ୍ଭବୀ। ପୂରା ଟିମ ଦୋକାନୀ ମାନଙ୍କୁ ବୁଝାଇଥିଲେ ଯେ, କିପରି ଭାବେ ଅନଲାଇନ ସପିଙ୍ଗ ଯୋଗୁଁ ତାଙ୍କ ବ୍ୟବସାୟ ଉପରେ ପ୍ରଭାବ ପଡୁଛି। ତେଣୁ ଏହାର ସମାଧାନ ପାଇଁ ତାଙ୍କ ଅନଲାଇନ ସପିଙ୍ଗ କମ୍ପାନି ଗ୍ରାହକଙ୍କ ନିକଟରୁ ଅର୍ଡର ନେଇ ନିକଟବର୍ତ୍ତୀ ଦୋକାନକୁ ଗ୍ରାହକଙ୍କୁ ପଠାଇବ। ତେବେ ଏଥିପାଇଁ ତାଙ୍କ କମ୍ପାନି ପ୍ରତି ଗ୍ରାହକଙ୍କ ପାଇଁ ଦୋକାନୀଙ୍କ ପାଖରୁ କମିଶନ ନେବ। ସମ୍ଭବୀଙ୍କ ଏହି ପ୍ରସ୍ତାବରେ ଅନେକ ଦୋକାନୀ ରାଜି ହୋଇଯାଇଥିଲେ। କମ୍ପାନି ଖୋଲିବାର କିଛି ଦିନ ମଧ୍ୟରେ ଦିଲ୍ଲୀ-ଏନସିଆର ଅଞ୍ଚଳର ପାଖାପାଖି ୭୦୦ ଦୋକାନୀ ତାଙ୍କ କମ୍ପାନି ସହ ଯୋଡି ହୋଇଛନ୍ତି।
ସମ୍ଭବୀଙ୍କ କମ୍ପାନି ମୁଖ୍ୟତଃ ଇଲେକଟ୍ରୋନିକ୍ସ ସରଞ୍ଜାମ, ବାଇକ, ମୋବାଇଲ, ଟ୍ୟାବଲେଟ, କମ୍ପ୍ୟୁଟର ଜିନିଷ ଗ୍ରାହକଙ୍କ ଠାରୁ ଅନଲାଇନରେ ବରାଦ ରଖିଥାନ୍ତି। ଗୋଟିଏ କୋଟି ଟଙ୍କାରୁ ଆରମ୍ଭ ହୋଇଥିବା ଏହି କମ୍ପାନି ଗତ ଦେଢ ବର୍ଷ ମଧ୍ୟରେ ୨୫ କୋଟି ଟଙ୍କା ରୋଜଗାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/shopmate-2.jpg)