ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା ଲାଗି କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ତାହା ଦେଶର ମୋଟ୍‌ ଜିଡିପିର ପ୍ରାୟ ୧୦ ପ୍ରତିଶତ ସମାନ ସମାନ ବୋଲି ସରକାର ଦାବି କରୁଥିବା ବେଳେ ବିରୋଧୀ ଦଳ କଂଗ୍ରେସ ସେହି ଦାବିକୁ ଗ୍ରହଣ କରିପାରୁନାହିଁ। ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ତାହା ଜିଡିପିର ମାତ୍ର ୦.୯୧ ପ୍ରତିଶତ ଅର୍ଥାତ ଏକ ପ୍ରତିଶତରୁ ମଧ୍ୟ କମ୍ ବୋଲି କଂଗ୍ରେସ ଦାବି କରିଛି। କେଉଁ ଦେଶ ପ୍ୟାକେଜ୍ କେତେ ବଡ଼ ତାହାକୁ ନେଇ ଏହି ଦଳ ପକ୍ଷରୁ ଏକ ତାଲିକା ମଧ୍ୟ ଜାରି କରାଯାଇଛି।