ନୂଆଦିଲ୍ଲୀ: ସରକାର ଆସନ୍ତା ଜୁନ୍ ପହିଲାରୁ ୨୦୦ ମେଲ୍ ଏକ୍ସପ୍ରେସ୍ ଟ୍ରେନ ଚଳାଇବା ଯୋଜନା କରିଛନ୍ତି। ଏଥିପାଇଁ ଟିକଟ ବୁକିଂ ଗତ ୨୧ ତାରିଖରୁ ଆରମ୍ଭ ହୋଇଛି। ଏବେସୁଦ୍ଧା ଏସବୁ ଟ୍ରେନ୍ ପାଇଁ କେବଳ ୩୦ ପ୍ରତିଶତ ଟିକଟ ବିକ୍ରି ହୋଇଛି। ରେଳ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
୧୯୦ଟି ଟ୍ରେନରେ ଏବେ ବି ଟିକଟ ଉପଲବ୍ଧ ଅଛି। ଲକଡାଉନ୍ ପୂର୍ବରୁ ଭଡ଼ା ଯାହା ଥିଲା ଏବେ ସେଇଆ ରହିବ। କିନ୍ତୁ ବରିଷ୍ଠ ନାଗରିକମାନଙ୍କୁ ରିହାତି ଦିଆଯିବ ନାହିଁ। ଉଲ୍ଲେଖଯୋଗ୍ୟ, ରେଳବାଇ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଷ୍ଟେସନରେ ଟିକଟ ବୁକିଂ ସୁବିଧା ପ୍ରଦାନ କରାଯାଇଛି। କିନ୍ତୁ ଯାତ୍ରୀମାନେ ଅନଲାଇନରେ ଆଇଆରସିଟିସି ୱେବସାଇଟ୍ କିମ୍ବା ଆପ ମାଧ୍ୟମରେ ଟିକଟ ବୁକ୍ କରିପାରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/train-3.jpg)