ମାତ୍ର ୫% ଗ୍ରାହକଙ୍କ ପସନ୍ଦ ଇଲେକ୍ଟ୍ରିକ୍ ଗାଡ଼ି

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ିକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଗ୍ରାହକମାନେ କିନ୍ତୁ ଏପର୍ଯ୍ୟନ୍ତ ଏହା ଉପରେ ଭରସା କରିପାରୁନାହାନ୍ତି। ଦେଶର ମାତ୍ର ୫% ଗ୍ରାହକ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଛନ୍ତି ବୋଲି ଡେଲଏଟ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ୪୦%ରୁ ଅଧିକ ଗ୍ରାହକ ପେଟ୍ରୋଲ ଓ ଡିଜେଲ୍ ଗାଡ଼ିର ବିକଳ୍ପ ଖୋଜୁଛନ୍ତି। ଅଧିକାଂଶ ଗ୍ରାହକ ସିଏନ୍‌ଜି ଓ ହାଇବ୍ରିଡ୍ ମଡେଲ୍‌ କିଣିବା ଲାଗି ଆଗ୍ରହ ଦେଖାଇଛନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ଡେଲଏଟ୍‌ର ସର୍ଭେ ଅନୁଯାୟୀ ୨୧% ଗ୍ରାହକ ହାଇବ୍ରିଡ୍‌ ଇଲେକ୍ଟ୍ରିକ୍, ୧୦% ପ୍ଲଗ୍-ଇନ୍ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଓ ୫% ଗ୍ରାହକ ବ୍ୟାଟେରି ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଥିବା କହିଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣ ଓ ପରିବେଶ ଉପରେ ତାହାର ପ୍ରଭାବକୁ ନେଇ ୬୦% ଗ୍ରାହକ ଚିନ୍ତିତ ଅଛନ୍ତି। ୭୬% ଲୋକ ନିଜ ଘରେ ଗାଡ଼ିକୁ ଚାର୍ଜ କରିବାକୁ ଚାହୁଥିବା ବେଳେ ୧୫% ସାର୍ବଜନୀନ ଚାର୍ଜିଂ ଷ୍ଟେସନ ବିକଳ୍ପ ଚୟନ କରିଛନ୍ତି।

ସମ୍ବନ୍ଧିତ ଖବର