ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ ହେବ ଓପୋର ନୂଆ ଫୋନ୍‌: କମ୍‌ ଦାମରେ ମିଳିବ ଅତ୍ୟାଧୁନିକ ଫେସ୍‌ଲକ୍‌ ଫିଚର୍‌

ମୁମ୍ବାଇ: ସ୍ମାର୍ଟଫୋନ୍‌ ବଜାରରେ ଦେଖିବାକୁ ମିଳିବ ନୂଆ ଏକ ଫୋନ୍‌। ଜାନୁଆରି ୨୦ ତାରିଖରେ ‘ଓପୋ’ କମ୍ପାନି ତା’ର ନୂଆ ମଡେଲ୍‌ ‘ଓପୋ ଏ୮୩’ ସ୍ମାର୍ଟ ଫୋନ୍‌ ଭାରତରେ ଲଞ୍ଚ୍‌ କରିବ। କମ୍ପାନି ଡିସେମ୍ବର ମାସରେ ଏହି ଫୋନଟିକୁ ଚୀନରେ ଲଞ୍ଚ କରିସାରିଛି। ଏବେ ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି। ଏଥିରେ ଫେସ୍‌ଲକ୍‌ ଫିଚର୍‌ ପରି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। କମ୍ପାନି ପକ୍ଷରୁ ଏହି ଫୋନ୍‌ର ଦାମନେଇ କୌଣସି ସୂଚନା ମିଳି ନଥିଲେ ବି ଏହାର ଦର ପ୍ରାୟ ୧୩,୯୯୦ ଟଙ୍କା ବୋଲି ଚୀନ ବଜାର ଦରରୁ ଅନୁମାନ କରାଯାଉଛି। ଏହି ଫୋନ୍‌ଟି ଜିଓମି ଫୋନ୍‌କୁ ପୂରା ଟକ୍କର ଦେବ ବୋଲି ଆଶା କରାଯାଉଛି।

 

ଏହାର ଇଣ୍ଟର୍‌ନାଲ୍‌ ମେମୋରି ୩୨ ଜିବି ରହିଥିବା ବେଳେ ଏଥିରେ ମାଇକ୍ରୋ ଏସ୍‌ଡି କାର୍ଡ ଜରିଆରେ ୨୫୬ ଜିବି ପର୍ଯ୍ୟନ୍ତ ଷ୍ଟେରେଜ୍‌ ବ୍ୟବହାର କରିହେବ। ଫୋନ୍‌ଟି ୫.୭ ଇଞ୍ଚ୍‌ର। ଏହାର ସ୍କ୍ରିନ୍‌ ରିଜୋଲ୍ୟୁସନ୍‌ ରହିଛି ୭୨୦X୧୪୪। ଚୀନରେ ଫୋନ୍‌ଟି ୪ଜିବି ର‍୍ୟାମ୍‌ ସହିତ ଲଞ୍ଚ୍‌ ହୋଇଛି। ମାତ୍ର ଭାରତରେ ୩ ଜିବି ର‍୍ୟାମ୍‌ ସହ ଲଞ୍ଚ୍‌ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର