ପତଞ୍ଜଳି ଆଣିଲା ଦୁଗ୍ଧ ଉତ୍ପାଦ

ହରିଦ୍ବାର,: ପତଞ୍ଜଳି ଏହାର ଶୁଦ୍ଧ, ସାତ୍ତ୍ବିକ ଏବଂ ସମ୍ପୂର୍ଣ୍ଣ ସ୍ବଦେଶୀ ଉତ୍ପାଦ ବର୍ଗରେ ଦୁଗ୍ଧଜାତୀୟ ଉତ୍ପାଦକୁ ସାମିଲ କରିଛି। ପତଞ୍ଜଳି ଗ୍ରାମୋଦ୍ୟୋଗ ଏବଂ ଗୋଶାଳା ଫାର୍ମ ପକ୍ଷରୁ ଏକ ସଙ୍ଗରେ ପତଞ୍ଜଳି ଦୁଗ୍ଧ, ଟୋନଡ ମିଲ୍ସ, ଦହି ଏବଂ ପନିର ଆଦି ସାମଗ୍ରୀର ବଜାର ପ୍ରବେଶ କରାଯାଇଛି। ଅନ୍ୟ କମ୍ପାନି ତୁଳନାରେ ପତଞ୍ଜଳିର ଦୁଗ୍ଧ ଉଚ୍ଚ ଗୁଣମାନର ଏବଂ ୧୦୦ ପ୍ରତିଶତ ସ୍ବଦେଶୀ ଏବଂ ସ୍ବାସ୍ଥ୍ୟ ପ୍ରତି ହିତକର ବୋଲି ଏହି ଅବସରରେ ଯୋଗଗୁରୁ ରାମଦେବ କହିଛନ୍ତି। ପତଞ୍ଜଳି ଏହାର ଟୋନଡ୍ କ୍ଷୀରକୁ ଲିଟର ପିଛା ୪୦ ଟଙ୍କାରେ ଯୋଗାଇ ଦେବ। କମ୍ପାନି ପ୍ରସ୍ତୁତ ମାଖନ ବା ବଟରରେ କୌଣସି ପ୍ରକାର କୃତ୍ରିମ ରଙ୍ଗ କିମ୍ବା ରାସାୟନିକ ସାମଗ୍ରୀ ମିଶାଯାଇ ନାହିଁ। ଦିଲ୍ଲୀ ଏନସିଆର, ହରିୟାଣା, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କମ୍ପାନିର ଦୁଗ୍ଧ ଉପଳବ୍ଧ ହେବ। ପତଞ୍ଜଳି ଦୁଗ୍ଧ ଟେଟ୍ରା ପ୍ୟାକରେ ଉପଲବ୍ଧ ହେଉଥିବାବେଳେ ଆଗାମୀ ଦିନରେ ଚେରମୂଳି ଯୁକ୍ତ ହର୍ବାଲ ମିଲ୍କ କମ୍ପାନି ଆଗାମୀ ଦିନରେ ବଜାରରେ ଉପଲବ୍ଧ କରାଇବା ଯୋଜନା ରଖିଛି।

ସମ୍ବନ୍ଧିତ ଖବର