ଜାନୁଆରିରେ ‘ଓପେକ୍’ ଛାଡ଼ିବ କତାର୍‌

ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ ଏଲ୍‌ଏନ୍‌ଜି ରପ୍ତାନି କରୁଥିବା ଦେଶ କତାର୍‌ ଆସନ୍ତା ଜାନୁଆରିରେ ତେଲ ଉତ୍ପାଦନକାରୀ ଦେଶଗୁଡ଼ିକର ସମୂହ ‘ଓପେକ୍‌’ରୁ ଓହରିଯିବାକୁ ନିଷ୍ପତ୍ତି ‌ନେଇଛି। କତାର୍‌ର ଶକ୍ତି ମନ୍ତ୍ରୀ ସାଦ୍ ଅଲ୍ଲ-କାବି ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, କତାର୍‌ ଏବେ ଗ୍ୟାସ୍‌ ଉତ୍ପାଦନ ଉପରେ ଅଧିକ ଗୁରୁତ୍ବ ଦେବ। ସେଥିପାଇଁ ‌ତେଲ ଉତ୍ପାଦନକାରୀ ଦେଶର ସଂଘରୁ ବାହାରିଯିବ। ନିଜ ନିଷ୍ପତ୍ତି ବିଷୟରେ ଓପେକ୍‌କୁ କତାର ଅବଗତ କରିସାରିଛି। ଡିସେମ୍ବର ୬ ହେବାକୁ ଥିବା ଓପେକ୍ ବୈଠକ‌ର ଠିକ୍ ତିନି ଦିନ ପୂର୍ବରୁ କତାର୍‌ ଏହି ଘୋଷଣା କରିଛି।

ସମ୍ବନ୍ଧିତ ଖବର