କାରରେ ବସି ବଡ ପରଦାରେ ଦେଖିବେ ସିନେମା, ରିଲାଏନ୍ସ ଆଣୁଛି ଦେଶର ପ୍ରଥମ ନିଆରା ସିନେମାଘର

ମୁମ୍ବାଇ: ଆସନ୍ତା ନଭେମ୍ବର ୫ ତାରିଖ ଦିନ ରିଲାଏନ୍ସ ରିଟେଲ ଦେଶର ପ୍ରଥମ ଓପନ ଏୟାର ରୂଫ ଟପ ଥିଏଟରର ଉଦଘାଟନ କରିବାକୁ ଯାଉଛି | ଏହା ଏମିତି ଏକ ଥିଏଟର ଯେଉଁଠାରେ ଲୋକମାନେ ସିନେମା ଦେଖିବା ପାଇଁ ସିନେମା ହଲ ଯିବାକୁ ପଡିବ ନାହିଁ | ବରଂ ନିଜ କାରରେ ବସି ଫିଲ୍ମ ଦେଖିପାରିବେ | ଓପନ ଏୟାର ରୂଫ ଟପ ଥିଏଟର ନଭେମ୍ବର ୫ ରୁ ମୁମ୍ବାଇର ଜିଓ ୱାର୍ଲ୍ଡ ଡ୍ରାଇଭ ମଲରେ ଖୋଲିବ | ପିଭିଆର ଦ୍ୱାରା ପରିଚାଳିତ ଜିଓ ଡ୍ରାଇଭ୍ ଇନ୍ ଥିଏଟରରେ ମୋଟ ୨୯୦ଟି କାର୍ ରଖାଯାଇପାରିବ | ଅର୍ଥାତ ୨୯୦ଟି କାରରେ ବସି ଲୋକ ସିନେମା ଦେଖିପାରିବେ |

କୁହାଯାଉଛି ଯେ ଏହା ସହରର ସବୁଠାରୁ ବଡ ସିଲଭର ସ୍କ୍ରିନ ହେବାକୁ ଯାଉଛି | ଜିଓ ୱାର୍ଲ୍ଡ ଡ୍ରାଇଭ୍ ମୁମ୍ବାଇର ବାନ୍ଦ୍ରା କୁର୍ଲାରେ ୧୭.୫ ଏକର ପରିମିତ ଏକ ବଡ଼ ଅଞ୍ଚଳରେ ଥିବାବେଳେ ରିଲାଏନ୍ସ ରିଟେଲର ନିର୍ଦ୍ଦେଶକ ଇଶା ଅମ୍ବାନୀ କହିଛନ୍ତି ଯେ ଜିଓ ୱାର୍ଲ୍ଡ ଡ୍ରାଇଭରେ ଗ୍ରାହକମାନେ ସପିଂ ସହିତ ମନୋରଞ୍ଜନକୁ ଉପଭୋଗ କରିବାକୁ ସକ୍ଷମ ହେବେ | ଏହି ଛାତ ଉପର ଥିଏଟରରେ କେବଳ ସେହିମାନଙ୍କୁ ଅନୁମତି ଦିଆଯିବ, ଯେଉଁମାନେ ଟିକାର ଦୁଇଟି ଡୋଜ ନେଇଛନ୍ତି |

photo-dainik bhaskar

ସେହିପରି ଓପନ ଏୟାର ରୂଫ ଟପ ଥିଏଟରରେ ଲୋକଙ୍କୁ ସିନେମାର ପ୍ରକୃତ ଅନୁଭବ ଦେବାକୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି | କୁହାଯାଉଛି ଯେ ନିଜ କାରରେ ସୁରକ୍ଷିତ ଭାବେ ବସି ଫିଲ୍ମ ପ୍ରଦର୍ଶିତ କରାଇବାକୁ ରିଲାଏନ୍ସ ପକ୍ଷରୁ ଏଭଳି ଅଭିନବ ଥିଏଟର କରାଯାଇଛି |

ସମ୍ବନ୍ଧିତ ଖବର