ଖୋଲିଲା ବିଗ୍‌ ବଜାରର ନୂଆ ଷ୍ଟୋର୍‌

ଭୁବନେଶ୍ୱର: ରସୁଲଗଡ଼ ନିକଟସ୍ଥ ଏସ୍‌ପ୍ଲାନେଡ୍‌ ମଲ୍‌ରେ ବିଗ୍‌ ବଜାରର ନୂଆ ଷ୍ଟୋର୍‌ ଖୋଲିଛି। ଭୁବନେଶ୍ୱରରେ ଏହା କଂପାନିର ଚତୁର୍ଥ ଷ୍ଟୋର୍‌। ପୂର୍ବରୁ ଖାରବେଳନଗରର ଫୋରମ୍‌ ମାର୍ଟ, ପଟିଆର ମାରୁତି ମଲ୍‌ ଓ ନୟାପଲ୍ଲୀର କ୍ରିଷ୍ଣା ପ୍ଲାଜାରେ୍‌ ତିନିଟି ବିଗ୍‌ ବଜାର ଷ୍ଟୋର୍‌ ଥିଲା। ନୂଆ ଷ୍ଟୋର୍‌କୁ ୨୮,୨୨୭ ବର୍ଗଫୁଟ ଅଞ୍ଚଳରେ ସ୍ଥାପନ କରାଯାଇଛି। ଏଠାରେ ଗ୍ରାହକମାନେ ପୋଷାକପତ୍ର ଠାରୁ ଆରମ୍ଭ କରି ଗ୍ରୋସରି, ପନିପରିବା, ଜୋତ, ଲଗେଜ୍‌, ଖେଳନା ଆଦି ଅନେକ ସାମଗ୍ରୀ ଗୋଟିଏ ଛାତ ତଳେ ପାଇବେ। ଏହି ଅବସରରେ ବିଗ୍‌ ବଜାରର ସିଇଓ-ପୂର୍ବ ମନିଷ ଅଗ୍ରଓ୍ଵାଲ୍‌ କହିଛନ୍ତି ଯେ, ୨୦୦୪ ଠାରୁ ଆମେ ଏହି ସହରରେ ସେବା ଯୋଗାଇ ଦେଉଛି। ପ୍ରତିବର୍ଷ ଆମର କଳେବରରେ ବୃଦ୍ଧି ହେଉଛି। ସହରର ଲୋକମାନଙ୍କ ସମର୍ଥନ ଯୋଗୁଁ ଏହା ସମ୍ଭବପର ହୋଇଥିବା ସେ କହିଛନ୍ତି। ଆମର ଷ୍ଟୋର୍‌ଗୁଡ଼ିକ ସହରରେ ଏଭଳି ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ରହିଛି ଯାହା ଜରିଆରେ ସବୁ ଅଞ୍ଚଳର ଗ୍ରାହକମାନେ ସୁବିଧାରେ ସପିଙ୍ଗ୍‌ କରିପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର