ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲ: ଅର୍ଥମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସ୍ଥାୟୀ ଶାଖା ଖୋଲିବାକୁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ଏବେ ରାଜ୍ୟର ୬୭୮୯ ପଞ୍ଚାୟତରୁ ୨୮୪୪ ପଞ୍ଚାୟତରେ ସ୍ଥାୟୀ ଶାଖା ଥିବା ବେଳେ ଅବଶିଷ୍ଟ ପଞ୍ଚାୟତଗୁଡ଼ିକରେ ବିଜନେସ୍ କରେସପଣ୍ଡେଣ୍ଟ୍‌, ଗ୍ରାହକ ସେବା କେନ୍ଦ୍ର ଓ ଆଇପିପିବି ଜରିଆରେ ବ୍ୟାଙ୍କ ସେବା ପ୍ରଦାନ କରାଯାଉଛି। ୨୦୨-୨୩ ଆର୍ଥିକ ବର୍ଷ ଲାଗି ପ୍ରସ୍ତୁତ ଋଣ ଯୋଜନା ୧୦୦ ପ୍ରତିଶତରୁ ଅଧିକ ସଫଳତା ହାସଲ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ୧୭୧ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଅତିଥିମାନେ ଯୋଗ ଦେଇ ସେ କହିଛନ୍ତି ଯେ କୃଷି, ମତ୍ସ୍ୟଓ ପଶୁ ସମ୍ପଦ, ଏମ୍ଏସ୍‌ଏମ୍ଇ ଓ ଏସ୍‌ଏଚ୍‌ଜି ଋଣ ଆଦି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଉତ୍ସାହଜନକ ରହିଛି।

ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ କହିଛନ୍ତି ଯେ ଚଳିତ ବର୍ଷ ଲାଗି ଧାର୍ଯ୍ୟ କରାଯାଇଥିବା ୧.୬୦ ଲକ୍ଷ କୋଟି ଟଙ୍କାର ଋଣ ଯୋଜନା ଲକ୍ଷ୍ୟକୁ ବ୍ୟାଙ୍କଗୁଡ଼ିକ ହାସଲ କରିବେ ବୋଲି ଆଶା କରାଯାଉଛି। ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ଘରୋଇ ବ୍ୟାଙ୍କଗୁଡ଼ିକୁ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଉନ୍ନୟନ କମିସନର ଅନୁ ଗର୍ଗ, ୟୁକୋ ବ୍ୟାଙ୍କର ଇଡି ରାଜେନ୍ଦ୍ର କୁମାର ସାବୋ, ମହାପ୍ରବନ୍ଧକ ଗୌତମ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର