ଓପ୍ପୋ କମ୍ପାନି ଆଣିଲା ନୂଆ ସ୍ମାର୍ଟଫୋନ। କମ୍ପାନୀ ନିଜର ନୂଆ ସ୍ମାର୍ଟଫୋନ୍ ‘ଓପ୍ପୋ ଏଫ୫’ ଫିଲିପାଇନ୍ସରେ ଲଂଚ କରିଛି। ଏହି ଫୋନରେ ରହିଛି ରହିଛି ଏକ ସ୍ୱତନ୍ତ୍ର ଫିଚର ଯାହା ସୁନ୍ଦର ଲୋକଙ୍କୁ ଚିହ୍ନିପାରିବ। ଏହାସହ ଏହି ନୂତନ ସ୍ମାର୍ଟଫାନରେ ରହିଛି ଅନେକ ମଜାଦାର ଫିଚର। ସବୁଠାରୁ ମଜାଦାର କଥା ହେଲା ଫୋନର ଦୁଇ ପାର୍ଶ୍ୱର ଆକୃତି ଗୋଲକାର ରହିଛି। ଭାରତରେ ନଭେମ୍ବର ୨ରେ ଏହି ଫୋନ ଲଂଚ ହେବ। ଏହି ଫୋନର ଫ୍ରଣ୍ଟ କ୍ୟାମେରା ବିୟ୍ୟୁଟି ରିକଗ୍ନେଶନ ଫିଚର ସହ ୨୦ ମେଗାପିକ୍ସେଲ ଅଟେ।
/sambad/media/post_attachments/wp-content/uploads/2017/10/oppo-f5-plus-copy.jpg)
ଓପ୍ପୋ ଏଫ୫ରେ ରହିଛି ୫ଇଞ୍ଚର ଏଚଡି ଡିସ୍ପଲେ। ଯାହାର ଦୃଷ୍ଟିକୋଣ ଅନୁପାତ ୧୮:୦୯। ଏହାଛଡା ଫୋନର ପଛପାଖ ପ୍ୟାନେଲରେ ଫିଙ୍ଗରପ୍ରିଂଟ ସେନ୍ସର ୪ଜିବି ୟ୍ୟାର୍ମ, ୩୨ଜିବି ଷ୍ଟୋରେଜ, ୬ଜିବି ୟାର୍ମ, ୬୪ଜିବି ଷ୍ଟୋରେଜ ରହିଛି ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଯାଇପାରିବ। ଏହାଛଡା ଫୋନରେ ଆଣ୍ଡ୍ରଏଡ ନୁଗଟ ୭.୧, ଟ୍ରିପଲ କାର୍ଡ ସ୍ଲଟ୍ (୨ସିମ୍, ୧ମେମୋରି କାର୍ଡ), ଅକ୍ଟାକୋର ଏମଟି୬୭୬୩ଟି ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଆରଏମକ ମାଲି ଜି୭୧ ଏମପି୨୮୦୦ ଏମଏଚଜେଡ୍ ଜିପିୟୁ ରହିଛି।
ଫୋନ କ୍ୟାମେରାରେ ରହିଛି ବିୟ୍ୟୁଟି ରିକଗନେସନ ଫିଚର ସହ ୨୦ମେଗାପିକ୍ସଲ ଫ୍ରଂଟ କ୍ୟାମେରା ଏବଂ ୧୬ ମେଗାପିକ୍ସଲ ରିୟର କ୍ୟାମେରା। ଏହି ମୋବାଇଲର ବଜାର ଦର ପାଖାପାଖି ୧୫,୯୯୦ ରୁ ୨୦,୦୦୦ ଟଙ୍କା ରହିଛି। ଫିଲିପାଇନ୍ସରେ ଏହି ଫୋନର ପ୍ରି-ଅର୍ଡର ଆରମ୍ଭ ହୋଇସାରଲାଣି ଏବଂ ଆଗାମୀ ସପ୍ତାହରୁ ଏହା ବିକ୍ରି ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Webp.net-resizeimage-4-6.jpg)