ଓପୋ ମୋବାଇଲ କମ୍ପାନୀର ୯ କର୍ମଚାରୀ କରୋନା ପଜିଟିଭ ପରେ ବନ୍ଦ ହେଲା କାରଖାନା

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଅବସ୍ଥିତ ଓପୋ ମୋବାଇଲ୍ କମ୍ପାନୀର ୯ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ୍ ହୋଇଥିବାର ଜଣାପଡିଛି | ଏହା ପରେ କାରଖାନା ବନ୍ଦ ହୋଇଯାଇଛି। କାରଖାନାରେ ପୁନଃଉତ୍ପାଦନ ମେ ୯ ରୁ ଆରମ୍ଭ ହୋଇଥିଲା | ବର୍ତ୍ତମାନ କର୍ମଚାରୀଙ୍କ ସହ ଯୋଗାଯୋଗରେ ଆସୁଥିବା ଲୋକଙ୍କ କଣ୍ଟାକଟ ଟ୍ରେସିଙ୍ଗ ଜାରି ରହିଛି | ଓପୋ ଇଣ୍ଡିଆ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଆମେ ସମସ୍ତ କର୍ମଚାରୀଙ୍କ ସୁରକ୍ଷାକୁ ଆଗରେ ରଖିଛୁ।

ଗ୍ରେଟର ନୋଏଡାରେ ଆମେ ସମସ୍ତ ମୋବାଇଲ୍ ଫୋନ୍ ଉତ୍ପାଦନ କାର୍ଯ୍ୟକୁ ସ୍ଥଗିତ ରଖିଛୁ ଏବଂ ୩୦୦୦ ରୁ ଅଧିକ କର୍ମଚାରୀଙ୍କ କରୋନା ପରୀକ୍ଷା ଚାଲିଛି, ପରୀକ୍ଷା ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ। ଓପୋ ଇଣ୍ଡିଆ କହିଛି ଯେ କର୍ମଚାରୀମାନେ କରୋନା ପରୀକ୍ଷାରେ ନେଗେଟିଭ ଆସିଲେ ହିଁ କାରଖାନା ଆସିବାକୁ ଅନୁମତି ଦିଆଯିବ |

ଏଠାରେ ସୂଚନା ଥାଉ କି ନୋଏଡା ସଂଲଗ୍ନ ଦିଲ୍ଲୀରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦,୦୦୦ ଅତିକ୍ରମ କରିଛି। ଦିଲ୍ଲୀରେ କରୋନା ମାମଲା ବର୍ତ୍ତମାନ ୧୦ ହଜାର ୫୪ରେ ପହଂଚିଛି | ଗତ 24 ଘଣ୍ଟା ମଧ୍ୟରେ ୨୯୯ ଟି ନୂଆ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର