ଓପୋର ନୂଆ ସେଲଫି ଏକ୍ସପର୍ଟ : ଏଫ୍‌-୭

ନୂଆଦିଲ୍ଲୀ : ଚାଇନିଜ୍ ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ପକ୍ଷରୁ ଏଫ-୭ ଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ମୁଖ୍ୟତଃ ଯୁବବର୍ଗର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏହି ୪ ଜିବି ରମ୍‌ ବିଶିଷ୍ଟ ଫୋନ୍‌ ପ୍ରସ୍ତୁତ କରାଯାଇଛି। ଏହାର ମୂଲ୍ୟ ୨୧୯୯୦/-ଟଙ୍କା ଥିବାବେଳେ ଏହା ୨୦୧୮ ଏପ୍ରିଲ୍‌ ୯ ତାରିଖଠାରୁ ସମସ୍ତ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଷ୍ଟୋରରେ ଉପଲବ୍ଧ ହେବ। ଏହି ବ୍ରାଣ୍ଡ୍‌ ୟୁରୋପ ଏବଂ ଉତରଆମେରିକା ବଜାରରେ ଚଳିତ ବର୍ଷ କାରବାର ଆରମ୍ଭ କରିବାର ଯୋଜନା ରହିଛି ।

ଏହା ସୋଲାର ରେଡ୍‌, ମୁନ୍‌ଲାଇଟ୍‌ ସିରଲଭର୍‌ ଏବଂ ବ୍ଳାକ୍‌ ଡାଇମଣ୍ଡ୍‌ ଆଦି ୩ଟି ରଙ୍ଗରେ ଉପଲବ୍ଧ ହେଉଛି। ଏହାର ସନ୍‌ ରାଇଜ୍‌ ରେଡ୍‌ ଓ ଡାଇମଣ୍ଡ୍‌ ବ୍ଲାକ୍‌ ମଡେଲ୍‌ ୬ ଜିବି ରମ୍‌ ଏବଂ ୧୨୮ ଜିବି ମେମୋରୀରେ ଉପଲବ୍ଧ ହେଉଛି। ଏହାର ଏ.ଆଇ. ବିୟୁଟି ସୁବିଧା ସ୍ୱତନ୍ତ୍ର ଭାବେ ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।

ଓପୋ ଏଫ୍‌-୭ରେ ୧୬୮ଜିବି ମେମୋରୀ, ୪ଜିବି ଅକ୍ଟାକୋର୍‌ ପ୍ରୋସେସର୍‌,କଲର ଓଏସ୍‌ ୫.୦, ଆଣ୍ଡ୍ରଏଡ୍‌ ୮.୧, ୨୯୬ରୁ ଅଧିକ ଫେସିଆଲ୍‌ ରିକୋଗୋନାଇଜେସନ୍‌ ସ୍ପଟ୍‌ ଫିଚର୍‌ ଯାହାକି ପୂର୍ବ ମଡେଲ୍‌ ତୁଳନାରେ ୨୦ ପ୍ରତିଶତ ବିକଶିତ, ଏ.ଆଇ. ବିୟୁଟ ଫିଚର, ୬୪-ବିଟ୍‌ ପ୍ରୋସେସର, ୧.୮ ଜିଏଚଜେଡ୍‌, ୮୦ପ୍ରତିଶତ ଅଧିକ ଦ୍ରୁତ ଓପନିଂ ସ୍ପିଡ୍‌, ୧୪ଏନଏମ୍‌ ପ୍ରୋସେସିଂ ଜ୍ଞାନକୌଶଳ, ୨୫ଏମପି ସମ୍ମୁଖ କ୍ୟାମେରା,୬.୨ ଇଞ୍ଚ ଏଫ୍‌ଏଚ୍‌ଡି ସ୍କ୍ରିନ୍‌, ସୁପର ଫୁଲ୍‌ ସ୍କ୍ରିନ୍‌ ୨.୦ ସହିତ ୧୯:୯ ଅନୁପାତ ଯୁକ୍ତ ଯାହାକି ପୂର୍ବ ମଡେଲ୍‌ ତୁଳନାରେ ୮୮ ପ୍ରତିଶତ ଅଧିକ, ମଲ୍ଟି ଟ୍ୟାକ୍ସିଂ ସୁବିଧା ଆଦି ବୈଶିଷ୍ଟ୍ୟ ରହିଛି । ଏହା ଆସନ୍ତା ଏପ୍ରିଲ୍‌ ୨ ତାରିଖରେ ମାତ୍ର ୨୪ ଘଣ୍ଟା ପାଇଁ କମ୍ପାନୀର ୭୭୭ ଓପୋ ଷ୍ଟୋରରେ ଫ୍ଲାଶ୍‌ ସେଲ୍‌ କରାଯିବ ।

ସମ୍ବନ୍ଧିତ ଖବର