ନୂଆଦିଲ୍ଲୀ: ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କୁ ବିରୋଧୀ ନେତାମାନେ ସମର୍ଥନ କରିଛନ୍ତି। କଂଗ୍ରେସର ଉପସଭାପତି ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ପର୍ଯ୍ୟନ୍ତ କେହି ସରକାରଙ୍କୁ ସାମଲୋଚନା କରିବା ସୁଯୋଗ ହାତ ଛଡ଼ା କରିନାହାନ୍ତି। ସେମାନେ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି। ଏ କ୍ଷେତ୍ରରେ ଆଗରେ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଅନ୍ୟତମ ଅର୍ଥମନ୍ତ୍ରୀ ପି ଚିଦମ୍ବରମ। ସେ କହିଛନ୍ତି ଯେ ସାରା ଦେଶ ବୁଲୁଛି। ଲୋକେ କହୁଛନ୍ତି ଭଲ ଦିନ ତ ଆସିଲା ନାହିଁ। ଏ ଖରାପ ଦିନ କେବ ଯିବ? ଅର୍ଥନୀତିକୁ ବୁଝିପାରୁଥିବା ଲୋକମାନେ ଭୟ ଛାଡ଼ି ଅର୍ଥନୀତିର ଅବସ୍ଥା ବିଷୟରେ କହିବା ଏବଂ ଲେଖିବା ଆରମ୍ଭ କରିବା ଦରକାର ବୋଲି ସେ କହିଛନ୍ତି।
ଗୁଜରାଟରେ ରୋଡ୍ ସୋ’ କରିଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ କହିଛନ୍ତି ଯେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଦେଶର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିଦେଇଛନ୍ତି। ସରକାର ଚାଷୀ, ମହିଳା ଏବଂ ଗରିବଙ୍କ କଥା ଶୁଣୁନାହାନ୍ତି। କେବଳ ୧୦-୫୦ ଜଣ ଶିଳ୍ପପତିଙ୍କ କଥା ଶୁଣୁଥିବାରୁ ଏଭଳି ଅବସ୍ଥା ହୋଇଛି ବୋଲି ସେ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ସିଧାସଳଖ କିଛି ନକହି ନିଜ ପାର୍ଟିର ନେତା ଆଶିଷ କେତନଙ୍କ ଟୁଇଟ୍କୁ ରିଟୁଇଟ୍ କରିଛନ୍ତି। ସେଥିରେ ଲେଖା ଅଛି ଯେ, ଦେଶ ଏହା ଜାଣିବା ଦରକାର ଯେ ଅରୁଣ ଜେଟ୍ଲି କେଜ୍ରିଓ୍ଵାଲ୍ଙ୍କ ବିରୋଧରେ ମାନହାନି ମକଦ୍ଦମା ଚଲାଇବା ପାଇଁ ପ୍ରତିଟି ଦ୍ୱିତୀୟ ଦିନ ଦିଲ୍ଲୀ ମାଜିଷ୍ଟ୍ରେଟ୍ କୋର୍ଟରେ ବିତାଉଛନ୍ତି।
ରାହୁଲ ଗାନ୍ଧୀ, ଚିଦମ୍ବରମ୍, କେଜ୍ରିଓ୍ଵାଲ୍ଙ୍କ ସମାଲୋଚନା
ଘେରିଲେ ବିରୋଧୀ
ରାହୁଲ ଗାନ୍ଧୀ, ଚିଦମ୍ବରମ୍, କେଜ୍ରିଓ୍ଵାଲ୍ଙ୍କ ସମାଲୋଚନା
/sambad/media/post_attachments/wp-content/uploads/2017/09/chidambaram-note-ban.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)