ଭୁବନେଶ୍ବର : ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ କରିବା ଲାଗି ବଜେଟ୍ରେ କରାଯାଇଥିବା ଘୋଷଣାକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ଏକ ବିଶାଳ ବିକ୍ଷୋଭ ସମାବେଶରେ ସାମିଲ ହୋଇଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିଓ)ର ଆହ୍ବାନକ୍ରମେ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଏହି ବିକ୍ଷୋଭ ଆୟୋଜନ କରାଯାଇଥିଲା। ଏଥିରେ ୟୁବିଏଫ୍ୟୁର ଆବାହକ ଆର୍ ଡି ଦାଶ, ଏଆଇବିଓସିର ଦୁର୍ଗା ପ୍ରସାଦ ମହାପାତ୍ର, ଏନ୍ସିବିଇର ଚକ୍ରଧର ମହାପାତ୍ର, ଏଆଇବିଇଏର ପି କେ ତ୍ରିପାଠୀ, ବେଫିର ପ୍ରକାଶ ରାୟ ଓ ଏଆଇବିଓଏର ଅଜୟ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ସରକାରଙ୍କ ପ୍ରସ୍ତାବକୁ ଦୃଢ଼ ବିରୋଧ କରି ସହ ତାହାକୁ ପ୍ରତ୍ୟାହାର କରିବା ଲାଗି ଦାବି କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁଞ୍ଜିପତିଙ୍କ ହାତକୁ ଟେକିଦେବା ଲାଗି ସରକାର ରଖିଥିବା ଯୋଜନାକୁ ପଣ୍ଡ କରିବା ଓ ଦରକାର ପଡ଼ିଲେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ୟୁଏଫ୍ବିଓ ପଛାଇବ ନାହିଁ ବୋଲି କୁହାଯାଇଛି। ଏହି ବିଶାଳ ବିକ୍ଷୋଭରେ ୫୦୦ରୁ ଅଧିକ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇଥିଲେ। ସରକାରଙ୍କ ଏହି ଘରୋଇକରଣ ନୀତିକୁ ବିରୋଧ କରିବା ଲାଗି ଆଗେଇ ଆସିବାକୁ ସବ୍ୟସାଚୀ ସ୍ବାଇଁ, ଦାମୋଦର ନନ୍ଦ, ପ୍ରମୋଦ ମେକାପ, ଅରୁଣ ବିଶୋୟୀ ଓ ଡି ଏସ୍ ପି ମିଶ୍ର ପ୍ରମୁଖ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି।
ବ୍ୟାଙ୍କ ଘରୋଇକରଣ ପ୍ରସ୍ତାବକୁ ବିରୋଧ
ବିକ୍ଷୋଭରେ ୫୦୦ କର୍ମଚାରୀ ଅଧିକାରୀ ସାମିଲ
/sambad/media/post_attachments/wp-content/uploads/2021/02/bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)