ସୁଇଗିରୁ ସାନିଟାରି ପ୍ୟାଡ ଅର୍ଡର କରିବା ପରେ ଯୁବତୀଙ୍କୁ ମାଗଣାରେ ମିଳିଲା ଏଭଳି ଜିନିଷ

ନୂଆଦିଲ୍ଲୀ: ଜଣେ ଯୁବତୀ ଅନଲାଇନ ସାନିଟାରି ପ୍ୟାଡ ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ସେ ପାର୍ସଲ ଖୋଲି ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଡେଲିଭରି କରୁଥିବା ବ୍ୟକ୍ତି ତାଙ୍କୁ ସାନିଟାରି ପ୍ୟାଡ ସହିତ ଚକୋଲେଟ କୁକିଜ ପ୍ରଦାନ କରିଥିଲେ ।

ଟୁଇଟରରେ ସମୀରା ନାମକ ଯୁବତୀ ଏକ ଟୁଇଟ କରିଥିଲେ। ଏଥିରେ ସମୀରା ଦାବି କରିଥିଲେ କି ସୁଇଗି ଇନଷ୍ଟାମର୍ଟରୁ ସେ ସାନିଟାରି ପ୍ୟାଡ ଅର୍ଡର କରିଥିଲେ। କିନ୍ତୁ ଏହି ପ୍ୟାଡ ସହିତ ତାଙ୍କୁ ଚକୋଲେଟ କୁକିଜ ପଠା ଯାଇଥିଲା। ଏହି ପୋଷ୍ଟର ସୁଇଗି ପକ୍ଷରୁ ପ୍ରତିକ୍ରିୟା ମଧ୍ୟ ଆସିଛି।

ସମୀରା ନିଜର ଟୁଇଟରରେ ଲେଖିଛନ୍ତି, ‘ସୁଇଗି ଇନଷ୍ଟାମାର୍ଟରେ ସାନିଟାଇଜର ପ୍ୟାଡ ମଗାଇଥିଲି। ଏଥିସହିତ ଚକୋଲେଟ କୁକିଜର ଏକ ବକ୍ସ ମିଳିଥିଲା। ଆଶ୍ଚର୍ଯ୍ୟର କଥା ଥିଲା। ଜଣା ନାହିଁ ଏହା କିଏ କରିଛି? ଡେଲିଭରି କରିଥିବା ବ୍ୟକ୍ତି, ନା କୌଣସି ଦୋକାନୀ?

 

ଏହି ପୋଷ୍ଟରେ ସୁଇଗି କେୟର୍ସ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ସମୀରା, ଆ‌ମେ କେବଳ ଏହା ଚାହୁଁଛୁ କି, ଆପଣ ଦିନ ଭଲରେ କଟୁ।’

ତେବେ ଏହି ପୋଷ୍ଟ ଦେଖି କେତେଜଣ କହିଛନ୍ତି, ‘ସୁଇଗି ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ମଝିରେ ମଝିରେ ମାଗଣା ଉପହାର ବି ଦେଇଥାଏ।’

ସମ୍ବନ୍ଧିତ ଖବର