ଓରିଏଣ୍ଟ୍‌ ଇଲେକ୍ଟ୍ରିକ୍-ଡି’ଲୋଙ୍ଗି ଗ୍ରୁପ୍ ବୁଝାମଣା

ନୂଆଦିଲ୍ଲୀ: ଇଟାଲିର କ୍ଷୁଦ୍ର ଆପ୍ଲାଏନ୍‌ସେସ୍‌ ନିର୍ମାତା ଡି’ଲୋଙ୍ଗି ଓ ଭାରତୀୟ କଂପାନି ଓରିଏଣ୍ଟ୍ ଇଲେକ୍ଟ୍ରିକ୍ ମଧ୍ୟରେ ରଣନୀତିପୂର୍ଣ୍ଣ ବୁଝାମଣା ସ୍ବାକ୍ଷରିତ ହୋଇଛି। ଉଭୟ କଂପାନି ମିଶି ଭାରତୀୟ ବଜାରରେ ପ୍ରିମିୟମ୍ ମାନର କ୍ଷୁଦ୍ର ଆପ୍ଲାଏନ୍‌ସେସ୍‌ କାରବାର କରିବେ। ଓରିଏଣ୍ଟ୍ ଇଲେକ୍ଟ୍ରିକ୍‌ର ଏମ୍‌ଡି ଓ ସିଇଓ ରାକେଶ ଖାନ୍ନା ଓ ଡି’ ଲୋଙ୍ଗି ଗ୍ରୁପ୍‌ର ଉପ ସଭାପତି ଏବଂ ପରିଚାଳନା ନିର୍ଦେଶକ ଟଙ୍କ୍‌ ଗେଙ୍କୋଗ୍ଲୁ ଏହି ସହଯୋଗିତା ବିଷୟରେ ଘୋଷଣା କରିଛନ୍ତି। ଡି’ ଲୋଙ୍ଗି, ବ୍ରାଉନ୍ ଓ କେନ୍‌ଉଡ୍‌ ବ୍ରାଣ୍ଡ୍‌ ନାମରେ ନିଜର ଉତ୍ପାଦଗୁଡ଼ିକୁ ଡି’ଲୋଙ୍ଗି ବିକ୍ରି କରୁଛି। ଏହି ବୁଝାମଣା ଜରିଆରେ କ୍ଷୁଦ୍ର ପ୍ରିମିୟମ୍ ବଜାରରେ ଆଗାମୀ କିଛି ବର୍ଷ ଭିତରେ ଉ‌ଲ୍ଲେଖନୀୟ ବଜାର ଅଂଶ ହାସଲ କରିବାକୁ ଓରିଏଣ୍ଟ୍‌ ଇଲେକ୍ଟ୍ରିକ୍ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର