ଗତକାଲି ଯେଉଁ ବ୍ୟାଙ୍କଗୁଡ଼ିକର ମିଶ୍ରଣ ବିଷୟରେ ଘୋଷଣା କରାଯାଇଛି ସେଥି ମଧ୍ୟରୁ ଅଧା ବ୍ୟାଙ୍କ ଦେଶ ବାହାରେ କିମ୍ବା ବିଦେଶୀଙ୍କ ଦ୍ବାରା ସ୍ଥାପନ କରାଯାଇଥିଲା। ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସକୁ ୧୯୪୩ ମସିହାରେ ରାୟ ଲାଲ ବାହାଦୂର ଲାଲ ସୋହନ ଲାଲ ନାମକ ଜଣେ ବ୍ୟକ୍ତି ସ୍ଥାପନ କରିଥିଲେ। ୧୯୪୫ରେ ତାହାକୁ ଥାପର ଗ୍ରୁପ୍ ଅଧିଗ୍ରହଣ କରିଥିଲା। ଦେଶ ସ୍ବାଧୀନ ହେବା ପରେ ଏହି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଲାହୋରରୁ ଅମୃତସରକୁ ଉଠି ଆସିଥିଲା। ଏହା ପରେ ୧୯୯୧ରେ ଦିଲ୍ଲୀ ଚାଲିଆସିଥିଲା। ୧୯୮୦ରେ ଓରିଏଣ୍ଟାଲ୍ ବ୍ୟାଙ୍କର ଜାତୀୟକରଣ କରାଯାଇଥିଲା। ଆହ୍ଲାବାଦ ବ୍ୟାଙ୍କକୁ ୧୮୬୫ ମସିହାରେ କିଛି ୟୁରୋପୀୟ ମିଶି ଆରମ୍ଭ କରିଥିଲା। ବ୍ୟାଙ୍କ ଜାତୀୟକରଣ ହେବା ପୂର୍ବରୁ ଏହି ବ୍ୟାଙ୍କର ମାଲିକାନା ଭାରତୀୟଙ୍କ ହାତକୁ ଚାଲିଆସିଥିଲା। ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆକୁ ବ୍ରିଟିଶ ଶାସିତ ବଙ୍ଗରେ ସ୍ଥାପନ କରାଯାଇଥିଲା। ଚାରିଟି ବ୍ୟାଙ୍କର ମିଶ୍ରଣ କରି ଏହି ବ୍ୟାଙ୍କ ଗଠନ କରାଯାଇଥିଲା। କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଥିବା ଉଡୁପି ଠାରେ ୧୯୨୫ରେ କାନାରା ବ୍ୟାଙ୍କ ସ୍ଥାପନ କରାଯାଇଥିଲା।
ପାକିସ୍ତାନରୁ ଆରମ୍ଭ ହୋଇଥିଲା ଓରିଏଣ୍ଟାଲ୍ ବ୍ୟାଙ୍କ
/sambad/media/post_attachments/wp-content/uploads/2019/09/sdvvdavdavadvadvdavvd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)