ଓରିଏଣ୍ଟାଲ ଇନସ୍ୟୁରାନ୍ସ ‌େଦଲା ୧ କୋଟି

ଭୁବନେଶ୍ବର: ସରକାରୀ ସାଧାରଣ ବୀମା କମ୍ପାନି ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଫନି ବାତ୍ୟା ପୀଡ଼ିତଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କମ୍ପାନିର ସିଏମଡି ଏ ଭି ଗିରିଜା କୁମାର, ମହାପ୍ରବନ୍ଧକ ଅତୁଲ ଜୟରଥ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ବାବଦ ଚେକ୍‌ ରାଶି ପ୍ରଦାନ କରିଛନ୍ତି। ସଙ୍କଟ ସମୟରେ ଜନସାଧାରଣଙ୍କ ବୀମା ଦାବି ପୂରଣ ପାଇଁ କମ୍ପାନି ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର