ଭୁବନେଶ୍ବର: ଦେଶର ଅଗ୍ରଣୀ ପିଭିସି ପାଇପ୍ ନିର୍ମାତା ଓରିପ୍ଲାଷ୍ଟ୍ ପକ୍ଷରୁ ପୁରୀ ବଡ଼ଦାଣ୍ଡର ମେଡିକାଲ୍ ଛକ ନିକଟରେ ଷ୍ଟଲ୍ ସ୍ଥାପନ କରାଯାଇଛି। କମ୍ପାନି ପକ୍ଷରୁ ସେବାୟତ ଓ ଭକ୍ତମାନଙ୍କୁ ପାନୀୟ ଜଳ, ଗ୍ଲୋକୋଜ୍ ଓ ଟୋପି ଆଦି ବଣ୍ଟନ କରାଯାଉଛି। ଲୋକମାନେ ଯେଭଳି ସୁରକ୍ଷିତ ଓ ଆରାମଦାୟକ ଅନୁଭୂତି ସହ ରଥଯାତ୍ରାକୁ ଉପଭୋଗ କରିପାରିବେ, ତାହାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଏହି ମହତ୍ ପଦକ୍ଷେପ ହାତକୁ ନିଆଯାଇଛି। ପୁରୀରେ କମ୍ପାନି ପକ୍ଷରୁ ଦୈନିକ ୨୦ ହଜାର ପାନୀୟ ଜଳ ଓ ୨୦ ହଜାର ଗ୍ଲୋକୋଜ୍ ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କମ୍ପାନିର ସହକାରୀ ମହାପ୍ରବନ୍ଧକ (ମାର୍କେଟିଂ) ଅଭିମନ୍ୟୁ ମାନ୍ନା କହିଛନ୍ତି। ସେ କହିଛନ୍ତି ଯେ ଅଗ୍ରଣୀ ପିଭିସି ପାଇପ୍ ନିର୍ମାତା ଭାବେ ଦୀର୍ଘ ବର୍ଷ ଧରି ଓଡ଼ିଶାର ଭିତ୍ତିଭୂମି ବିକାଶ ଓ ପ୍ରଗତିରେ ଓରିପ୍ଲାଷ୍ଟ୍ ଏକ ପ୍ରମୁଖ ସହଯୋଗୀ ହୋଇରହିଛି ଏବଂ ଆଗାମୀ ଦିନରେ ମଧ୍ୟ କମ୍ପାନି ଏହାର ଭୂମିକା ବଜାୟ ରଖିବାକୁ ପ୍ରତିବଦ୍ଧ ଅଛି। କେବଳ ପୁରୀ ନୁହେଁ, ଓରିପ୍ଲାଷ୍ଟ୍ ପକ୍ଷରୁ ବାରିପଦା, ବାଲେଶ୍ବର, ସମ୍ବଲପୁର ଓ ନୀଳଗିରିରେ ମଧ୍ୟ ରଥଯାତ୍ରାରେ ସେବା କାର୍ଯ୍ୟ କରାଯାଉଛି। ସାରା ଓଡ଼ିଶାରେ କମ୍ପାନି ଏହି ଅଭିଯାନରେ ୫ ଲକ୍ଷ ପାନୀୟ ଜଳ ଓ ୫ ଲକ୍ଷ ଗ୍ଲୋକୋଜ୍ ବାଣ୍ଟିବାକୁ ଲକ୍ଷ୍ୟ ରଖିଛି।
ରଥଯାତ୍ରାରେ ଓରିପ୍ଲାଷ୍ଟ୍ର ଜନସେବା
ଦେଶର ଅଗ୍ରଣୀ ପିଭିସି ପାଇପ୍ ନିର୍ମାତା ଓରିପ୍ଲାଷ୍ଟ୍ ପକ୍ଷରୁ ପୁରୀ ବଡ଼ଦାଣ୍ଡର ମେଡିକାଲ୍ ଛକ ନିକଟରେ ଷ୍ଟଲ୍ ସ୍ଥାପନ କରାଯାଇଛି। କମ୍ପାନି ପକ୍ଷରୁ ସେବାୟତ ଓ ଭକ୍ତମାନଙ୍କୁ ପାନୀୟ ଜଳ, ଗ୍ଲୋକୋଜ୍ ଓ ଟୋପି ଆଦି ବଣ୍ଟନ କରାଯାଉଛି। ଲୋକମାନେ ଯେଭଳି ସୁରକ୍ଷିତ ଓ ଆରାମଦାୟକ...
/sambad/media/media_files/2025/06/28/cdsawqer-2025-06-28-06-01-48.jpg)