ଭୁବନେଶ୍ୱର: ଓର୍ଟେଲ୍ କମ୍ୟୁନିକେସନ୍ ଲିମିଟେଡ ନୂଆ ଅନ୍ଲିମିଟେଡ ଡାଟା ପ୍ଲାନ୍ ଆଣିଛି। ଏହି ଡାଟା ପ୍ଲାନ୍ ଗୁଡ଼ିକର ମାସିକ ଦର ୯୯ ଟଙ୍କାରୁ ଆରମ୍ଭ ହୋଇଛି। ବର୍ତମାନ ନୂଆ ପ୍ଲାନ ଆରମ୍ଭ ହେବା ପରେ ୨ଏମ୍ବିପିଏସ୍ ତଳକୁ ଥିବା ପ୍ଲାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଅନ୍ଲିମିଟେଡ୍ ଏଫ୍ୟୁପି ପ୍ଲାନ୍ଗୁଡ଼ିକର ସ୍ପିଡ୍ କ୍ଷମତା, ୫, ୧୦, ୨୦, ୫୦ ଓ ୧୦୦ ଏମ୍ବିପିଏସ୍ ରହିଛି। ନୂଆ ପ୍ଲାନ ଗୁଡ଼ିକର ମାସିକିଆ ଡାଟା ସୀମା ୪୦ ଜିବିରୁ ୧ ଟେରାବାଇଟ୍ ମଧ୍ୟରେ ରହିଛି। ସବୁ ପ୍ଲାନ୍ଗୁଡ଼ିକ ୨୮ ଦିନ ନରହି ପୂରା ମାସ ପାଇଁ ରହିଛି। ଏହି ପ୍ଲାନଗୁଡ଼ିକ ସହିତ ସ୍ମାର୍ଟ ବୁଷ୍ଟର ପ୍ୟାକ୍ସ ମଧ୍ୟ ଆରମ୍ଭ କରାଯାଇଛି। ଜିବି ପିଛା ମାତ୍ର ୧୦ ଟଙ୍କା ଦେଲେ ଏହା ଏଫ୍ୟୁପି ସ୍ପିଡ୍ ବଜାୟ ରଖିବାରେ ସହାୟକ ହେବ। ସବୁ ଦରଗୁଡ଼ିକ ଟିକସକୁ ଛାଡ଼ି ଲାଗୁ କରାଯିବ।
ଓର୍ଟେଲ୍ର ନୂଆ ବ୍ରଡବ୍ୟାଣ୍ଡ୍ ପ୍ଲାନ୍
/sambad/media/post_attachments/wp-content/uploads/2017/12/Ortel_Communications_4116_356.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)