ଭୁବନେଶ୍ୱର: ଟାଇମ୍ସ ବିଜନେସ୍ ଆୱାର୍ଡସ୍ ୨୦୨୧-୨୨ରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ଗ୍ରୁପ୍ର ଯୁବ ନିର୍ଦେଶକ ଚର୍ଚ୍ଚିତ ମିଶ୍ର ସମ୍ମାନଜନକ “ଟାଇମସ୍ ଡାଇନାମିକ୍ ଏଟଂରପ୍ରେନ୍ୟୁଆ ଅଫ୍ ଦି ଇୟର’ ପୁରସ୍କାର ହାସଲ କରିଛନ୍ତିି । ଓଏସ୍ଏଲ୍ ଗ୍ରୁପ୍ ତରଫରୁ ଦୀନେଶ କୁମାର ପରିଡା ସିନିୟର ମ୍ୟାନେଜର, ମାର୍କେଟିଂ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ବିଶାଲ ଦେବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଆଇଆରଟିଏସ୍ ସଚିବ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର, ଆର୍ସେଲର ମିତଲ ନିପନ ଷ୍ଟିଲ ଇଣ୍ଡିଆ, ଓଡ଼ିଶାର କାର୍ୟ୍ୟନିର୍ବାହୀ ନିର୍ଦେଶକ-ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟସ୍ ଟି ଏସ୍ ସାନଭୋଗ, ବରିଷ୍ଠ ବ୍ୟବସାୟ ନେତୃବୃନ୍ଦ, ବିଶିଷ୍ଟ ଶିଳ୍ପପତି, ଉଦ୍ୟୋଗୀ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଏହି ସମ୍ମାନଜନକ ପୁରସ୍କାର ହାସଲ କରି ଓଏସ୍ଏଲ୍ ଗ୍ରୁପ୍ର ନିର୍ଦେଶକ ଚର୍ଚ୍ଚିତ ମିଶ୍ର କହିଛନ୍ତି ଯେ, “ଏହି ପୁରସ୍କାର ହାସଲ କରି ମୁଁ ଅତ୍ୟନ୍ତ କୃତଜ୍ଞ ଯାହା କର୍ପୋରେଟ୍ ଭାରତରେ ଉତ୍କର୍ଷର ଏକ ମାନଦଣ୍ଡ । ପୂର୍ବ ଭାରତରେ ବିଭିନ୍ନ ବ୍ୟବସାୟ ଯଥା ସିପିଂ, ମାଇନିଂ, ଲଜିଷ୍ଟିକ୍ସ ଓ ରପ୍ତାନି ଉପରେ ଆମ କଂପାନି ପ୍ରଦାନ କରୁଥିବା ଗୁରୁତ୍ୱ ପ୍ରତି ଏହି ପୁରସ୍କାର ହେଉଛି ମାନ୍ୟତା ।’’