ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ମନମ ଫାଉଣ୍ଡେସନକୁ ୧୦ ଲକ୍ଷଟଙ୍କାର ଅନୁଦାନ ଦେଲା ଓଏସଏଲ

ଭୁବନେଶ୍ବର : ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଏନଜିଓ ମନମ ଫାଉଣ୍ଡେସନକୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛି ଓଡ଼ିଶା ଷ୍ଟିଭେଡର୍ସ ଲିଃ ବାଓଏସଏଲ । ଓଏସଏଲ ପକ୍ଷରୁ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ଏଚଆରଏଣ୍ଡ ଆଇଆର)ପି.କେ.ପଣ୍ଡା ମନମ ଫାଉଣ୍ଡେସନର ପ୍ରତିଷ୍ଠାତା ଡ.ଅନୁରାଧା ମହାପାତ୍ରଙ୍କୁ ୧୦ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ମାନସିକ ସ୍ବାସ୍ଥ୍ୟ ସଂପର୍କରେ ସଚେତନତା ସୃଷ୍ଟି, ଶିକ୍ଷା, ସପର୍ଟ ଓ ଆଡଭୋକେସି ଗ୍ରୁପ ଗଠନ କ୍ଷେତ୍ରରେ ଏହି ଅନୁଦାନ ରାଶି ବ୍ୟବହାର କରାଯିବ । ଏ ସଂପର୍କରେ ଓଏସଏଲ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମହିମାନନ୍ଦ ମିଶ୍ର କହିଛନ୍ତି ଯେ ଏହି କ୍ଷେତ୍ର (ମାନସିକ ସ୍ବାସ୍ଥ୍ୟ) ପାଇଁ ଘରୋଇ କ୍ଷେତ୍ର ପାଇଁ କେବଳ ଏକ ସୁଯୋଗ ନୁହେଁ, ବରଂ ଏକ ଆବଶ୍ୟକତା । ଏହି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ପାଇଁ କାମ କରିଥିବାରୁ ଓଏସଏଲ ଗର୍ବିତ ।

ସମ୍ବନ୍ଧିତ ଖବର