ପାରାଦୀପ ବନ୍ଦର ଦେଇ ରପ୍ତାନି ହେଲା ୪୫୦୦ ଟନର ଓଜନିଆ ଖଣି ଉପକରଣ

ଭୁବନେଶ୍ବର : ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ କେତେକ ଅତ୍ୟନ୍ତ ଓଜନିଆ ଖଣି ଉପକରଣ  ବିଦେଶକୁ ରପ୍ତାନି ହୋଇଛି । ଏସବୁ ଉପକରଣ ମଧ୍ୟରେ ରହିଛି ହସପକ ଡମ୍ପର ଓ ଏସକାଭେଟର । ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ) ପକ୍ଷରୁ ଏସବୁ ଉପକରଣର ହାଣ୍ଡଲିଂ କରାଯାଇଥିଲା ।

ଏସବୁ ଖଣି ଉପକରଣକୁ ତ୍ରିବେଣୀ ଆର୍ଥ ମୁଭର୍ସ ପକ୍ଷରୁ ଇଣ୍ଡୋନେସିଆର ଟବନିଓ ବନ୍ଦରକୁ ପଠାଯାଇଛି । କମ୍ପାନି ପକ୍ଷରୁ ମୋଟ ୧୨୮ ଟି ବୃହତ ଓ କ୍ଷୁଦ୍ର ଖଣି ଉପକରଣ ରପ୍ତାନି କରାଯାଇଛି । ସେଗୁଡ଼ିକ ମଧ୍ୟରେ ରହିଛି ମୋଟ ୪୫୦୦ ମେଟ୍ରିକ ଟନର ୩୭ଟି ହଲପକ୍ ଡମ୍ପର ଓ ଏକ୍ସାଭେଟର । ଏସବୁ ଉପକରଣକୁ ଇଣ୍ଡୋନେସିଆରେ ଖଣି କାର୍ଯ୍ୟ ପାଇଁ ବ୍ୟବହାର କରାଯିବ । ଖଣି ଉପକରଣ ପରି ଅତ୍ୟନ୍ତ ଓଜନିଆ ମେସିନକୁ ଜାହାଜରେ ଲଦିବା ବେଳେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଓଏସଏଲ ଏହାର ଷ୍ଟିଭେଡରିଂ କାର୍ଯ୍ୟ କରିଥିବାବେଳେ ଟି.ପି.ରାୟଚୌଧୁରୀ ରପ୍ତାନି ଏଜେଣ୍ଟ ଥିଲା ।

ସମ୍ବନ୍ଧିତ ଖବର