‘ମୋ ସ୍କୁଲ ଅଭିଯାନ’ଅଧିନରେ ବଡ଼ଚଣା ମହାବିନାୟକ ବିଦ୍ୟାୟନକୁ ଓଏସଏଲର ଆର୍ଥିକ ଅନୁଦାନ

ଭୁବନେଶ୍ୱର : ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍) ‘ମୋ ସ୍କୁଲ ଅଭିଯାନ’ମାଧ୍ୟମରେ ବଡ଼ଚଣାସ୍ଥିତ ମହାବିନାୟକ ବିଦ୍ୟାୟନକୁ ଆଉ ୧୦ ଲକ୍ଷ ଟଙ୍କା ଦାନ କରିଛି । ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମହତ୍ତ୍ୱାକାଂକ୍ଷୀ ଯୋଜନା ‘ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ (ଏମ୍ଏସ୍ଏପିଏସ୍) ଅଧୀନରେ ନିକଟରେ ଓଏସ୍ଏଲ୍ କଟକ ଜିଲ୍ଲାର ସ୍କୁଲ ମାନଙ୍କୁ ଓଏସ୍ଏଲ୍ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲା । ସ୍ମାର୍ଟ ସ୍କୁଲର ଆବଶ୍ୟକତା ପୂରଣ ଲାଗି ଏହି ଅନୁଦାନ ସ୍କୁଲ କ୍ୟାମ୍ପସ୍ରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହା ଦୀର୍ଘକାଳୀନ ଭିତ୍ତିରେ ସହାୟକ ହୋଇପାରିବ ।

ଏଭଳି ସୟାୟତା ଓ ଅନୁଦାନ ବିଷୟରେ ଓଏସ୍ଏଲ୍ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ମହିମାନନ୍ଦ ମିଶ୍ର କହିଲେ, ‘ସମସ୍ତଙ୍କ ପାଇଁ ଅନ୍ତର୍ନିବେଶୀ ଏବଂ ଗୁଣାତ୍ମକ ଶିକ୍ଷା ତଥା ଜୀବନବ୍ୟାପୀ ଶିକ୍ଷାକୁ ନିଶ୍ଚିତ କରାଇବା’ କ୍ଷେତ୍ରରେ ଓସିଏଲ୍ ଗର୍ବର ସହ ଅନୁଦାନ ଯୋଗାଇ ଆସିଛି । ରାଜ୍ୟ ଏବଂ ଏହାର ଲୋକମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନକୁ ଓଏସ୍ଏଲ୍ ସହାୟତା ଯୋଗାଇ ଚାଲିବ ବୋଲି ସେ କହିଛନ୍ତି । ଏହି ଅବସରରେ ମହାବିନାୟକ ବିଦ୍ୟାୟନ ପକ୍ଷରୁ ଓଏସଏଲ ପ୍ରତି ଧନ୍ୟବାଦ ଜ୍ଞାପନ କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୭ ମସିହାରେ ସ୍କୁଲ ପରିସଂସ୍ଥାରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ମୋ ସ୍କୁଲ ଅଭିଯାନ’ ସବୁ ଦୃଷ୍ଟିରୁ ବିରାଟ ସଫଳତା ଆଣି ଦେଇଛି ।

ସମ୍ବନ୍ଧିତ ଖବର