ଭୁବନେଶ୍ବର :  ପାରାଦୀପ ବନ୍ଦରରେ ଟାଟା ଷ୍ଟିଲର ଓଜନିଆ ୪୦୦ ମେଟ୍ରିକ ଟନ କାର୍ଗୋ ଖଲାସୀ କରି ଏକ ବିରଳ ସଫଳତା ହାସଲ କରିଛି ଓଡ଼ିଶା ଷ୍ଟିଭେଡର୍ସ ଲି(ଓଏସଏଲ) । ଓଏସଏଲ ରିଭରାଇନ ନାଭିଗେସନ (ନଦୀ ପରିବହନ) ମାଧ୍ୟମରେ ଏହି ଓଜନିଆ ସାମଗ୍ରୀର ଖଲାସୀ କରିପାରିଛି । ଓଏସଏଲ ଏହି କାର୍ଗୋକୁ ପାରାଦୀପ ବନ୍ଦରରୁ ଖଲାସ କରି ୪୫ କିଲୋମିଟର ଦୂର ଲୁଣା ଜେଟିରେ ସ୍ଥାପନ କରିଥିଲା ।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଟାଟା ଷ୍ଟିଲ ନିଜର କଳିଙ୍ଗନଗର ଷ୍ଟିଲ ପ୍ଲାଣ୍ଟ ପାଇଁ ଚୀନରୁ ୪ଟି ହେଭି ଲିଫ୍ଟ ଉପକରଣ ଆମଦାନୀ କରିଛି । ଚୀନରୁ ପାରାଦୀପ ବନ୍ଦର ଦେଇ ଏସବୁ ଓଜନିଆ ଉପକରଣ ପହଞ୍ଚିଥିଲା । କିନ୍ତୁ ଏସବୁ ଓଜନିଆ ଉପକରଣକୁ ସଡ଼କ ପଥଦେଇ କଳିଙ୍ଗନଗରକୁ ପ୍ରେରଣ କରାଯିବା ସମ୍ଭବ ହେଉନଥିବାରୁ ସେସବୁର ପରିବହନ ଦାୟିତ୍ବ ଓଏସଏଲକୁ ଦିଆଯାଇଥିଲା ।  ଓଏସଏଲ ସଫଳତାର ସହ ରିଭରାଇନ ନାଭିଗେସନ ଅର୍ଥାତ ନଦୀ ମାଧ୍ୟମରେ ପରିବହନ ମାଧ୍ୟମରେ ଏସବୁ ଉପକରଣର ପରିବହନ କରିଥିଲା ।

ଏସବୁ ଉପକରଣ ଚୀନରୁ ଏମଭି ୟାଙ୍ଗେଜ୍ ଭେନସ ଜାହାଜରେ ଆସି ପାରାଦୀପରେ ପହଞ୍ଚିଥିଲା । ଜାହାଜରୁ ସେସବୁ କାର୍ଗୋକୁ ଖଲାସି କରି ପନଟୁନ ସାନଭିରେ ସ୍ଥାପନ କରାଯାଇଥିଲା । ସାନଭି ଲୁଣା ଜେଟି ମାଧ୍ୟମରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା ।