ସିପିଇସି ପ୍ରକଳ୍ପରେ ଅନ୍ୟ ଦେଶ ନିବେଶ କରିପାରିବେ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମହତ୍ବାକାଂକ୍ଷୀ ପ୍ରକଳ୍ପ ସିପିଇସି ( ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର) ବିଳମ୍ବରେ ଚାଲିଛି। ୨୦୧୩ ମସିହାରେ ଉକ୍ତ ପ୍ରକଳ୍ପ ଆରମ୍ଭ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଏଥିରେ ସେତେଟା ଅଗ୍ରଗତି ହୋଇନାହିଁ। ଚୀନ ଓ ପାକିସ୍ତାନ ମିଳିତଭାବେ ଉକ୍ତ ପ୍ରକଳ୍ପର ନିର୍ମାଣ କରୁଛନ୍ତି। ପାକିସ୍ତାନ ଅଧୀକୃତ କାଶ୍ମୀର ଦେଇ ଉକ୍ତ ପ୍ରକଳ୍ପ ଯାଉଥିବାରୁ ଭାରତ ଏହାକୁ ବିରୋଧ କରୁଛି।

ଏଭଳି ସ୍ଥିତିରେ ଉକ୍ତ ପ୍ରକଳ୍ପ ପାଇଁ ଚୀନ ଓ ପାକିସ୍ତାନ ତୃତୀୟ ଦେଶର ସହଯୋଗ ଲୋଡ଼ିଛନ୍ତି। ନିକଟରେ ପାକିସ୍ତାନ ଓ ଚୀନ ପକ୍ଷରୁ ସରକାରୀ ସ୍ତରରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଚୀନର ବେଲ୍‌ଟ ଆଣ୍ଡ୍ ରୋଡ୍‌ ଇନିସିଏଟିଭ ଯୋଜନାରେ ସିପିଇସି ଏକ ପ୍ରମୁଖ ପ୍ରକଳ୍ପ। ପରିବହନ ଠାରୁ ଆରମ୍ଭ କରି ଶକ୍ତି ଉତ୍ପାଦନ ଏବଂ ବନ୍ଦର ଆଦିର ବିକାଶ ଏହି ପ୍ରକଳ୍ପର ଅଂଶ ରହିଛି। ପ୍ରଥମେ ଏହି ପ୍ରକଳ୍ପ ପାଇଁ ୪୭୦୦ କୋଟି ଡଲାରର ବ୍ୟୟବରାଦ ହୋଇଥିଲା। କିନ୍ତୁ ପରେ ୨୦୨୦ରେ ଏହି ପ୍ରକଳ୍ପର ବ୍ୟୟ ରାଶି ୬୨୦୦ କୋଟି ଡଲାରକୁ ବୃଦ୍ଧି କରାଯାଇଛି। ଉକ୍ତ ପ୍ରକଳ୍ପ ପାକିସ୍ତାନର ଗ୍ବାଦର ବନ୍ଦରରୁ ଚୀନର ଜିନଜିଆଙ୍ଗ ପ୍ରଦେଶକୁ ଯୋଡ଼ିବ।

ସମ୍ବନ୍ଧିତ ଖବର