ନୂଆଦିଲ୍ଲୀ : ୱେବ୍‌ସାଇଟ୍ ହ୍ୟାକିଂକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତରେ ୧୦ମାସ ମଧ୍ୟରେ ୨୨,୦୦୦ୱେବ୍‌ସାଇଟ୍ ହ୍ୟାକ୍‌ ହେବା ନେଇ ସୂଚନା ମିଳିବା ପରେ ଖବରଟି ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସିବିଆଇ ଦ୍ୱାରା ଆୟୋଜିତ କରାଯାଇଥିବା ସାଇବର ଫରେନ୍‌ସିକ୍‌ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ୨୨,୦୦୦ୱେବ୍‌ସାଇଟ୍ ମଧ୍ୟରେ ୧୧୪ଟି ସରକାରୀ ପୋର୍ଟାଲ ଥିବା ଜଣା ପଡ଼ିଛି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୧୪ଟି ସରକାରୀ ପୋର୍ଟାଲ ଏଥିରେ ସାମିଲ ହୋଇଥିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି ।

Advertisment

Image result for over-22000-websites-hacked-in-india-between-april-2017-jan-2018-claim-officials NDTV.com

ସୂଚନା ମୁତାବକ, ସମ୍ମିଳନୀରେ ଅଧିକାରୀମାନେ ଏକ ବଡ଼ ରାଜ୍‌ ଉପରୁ ପରଦା ଉଠାଇଥିଲେ । ଥ୍ରେଡ୍‌ବେୟରରେ ଯେଉଁ ମାମଲାକୁ ଜାଣି ଶୁଣି ଖାରଜ କରାଯାଇଥିଲା, ସେ ମଧ୍ୟରେ ସବୁଠାରୁ ବଡ଼ ଥିଲା ଅନ୍ତଃରାଷ୍ଟ୍ରୀୟ ହ୍ୟାକିଂ । ଅନ୍ତଃରାଷ୍ଟ୍ରୀୟ ନେଣ ଦେଣ ପାଇଁ ବ୍ୟାଙ୍କିଂ ସମ୍ବନ୍ଧିତ ସୂଚନା ପଠାଉଥିବା ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସ୍ୱିଫ୍ଟକୁ ହ୍ୟାକରମାନେ ଟାର୍ଗେଟ କରିଥିଲେ । ସ୍ୱିଫ୍ଟକୁ ହ୍ୟାକ୍‌ କରି ସେମାନେ ୟୁଏସ୍‌ଡି ୧୭୧ମିଲିୟନ ଡଲାର ଚୋରି କରି ନେଇଥିଲେ ।