ମେ ୨୫ରୁ ୩୧ ତାରିଖ ମଧ୍ୟରେ ୯୦ ହଜାରରୁ ଊର୍ଧ୍ବ ବିମାନ ଟିକେଟ୍ ବୁକିଂ ସରିଛି; ମୁମ୍ବାଇ, କୋଲକାତାରୁ ସର୍ବାଧିକ
ମୁମ୍ବାଇ: ଦେଶରେ ଲକ୍ଡାଉନ୍ ଲାଗି ରହିଥିବା ହେତୁ ଦୀର୍ଘ ଦିନ ଧରି ବିମାନ ସେବା ବନ୍ଦ ରହିଥିବା ବେଳେ ମେ ୨୫ରୁ ୩୧ ତାରିଖ ମଧ୍ୟରେ ୯୦ ହଜାରରୁ ଊର୍ଧ୍ବ ଯାତ୍ରୀ ବିମାନ ଟିକେଟ୍ ବୁକିଂ କରିଥିବା ଏକ ଟ୍ରାଭେଲ୍ ପୋର୍ଟାଲ୍ ସୂତ୍ରରୁ ଜାଣିବାକୁ ମିଳିଛି। ଇଜିମାଇଁଟ୍ରିପ୍ ପୋର୍ଟାଲ ଜରିଆରେ କୋଲକାତା ଓ ମୁମ୍ବାଇରେ ସର୍ବାଧିକ ବୁକିଂ ହୋଇଥିବା ସୂଚନା ରହିଛି।
ମେ ୨୧ରୁ ମେ ୨୩ ତାରିଖ ମଧ୍ୟରେ ମୁମ୍ବାଇରୁ ଇଜିମାଇଁଟ୍ରିପ୍ ଜରିଆରେ ୧୩.୬ ପ୍ରତିଶତ ବିମାନ ଟିକେଟ୍ ବୁକିଂ ହୋଇଛି। ସେଥି ମଧ୍ୟରୁ ୩ ପ୍ରତିଶତ ଟିକେଟ୍ ବୁକିଂ ମୁମ୍ବାଇକୁ ହୋଇଛି।
ଗତ ୩ ଦିନ ଭିତରେ କୋଲକାତା ପାଇଁ ୧୪.୪୫ ପ୍ରତିଶତ ଟିକେଟ୍ ବୁକିଂ ହୋଇ ସାରିଲାଣି। ଦେଶର ସବୁଠାରୁ ବ୍ୟସ୍ତବହୁଳ ମାର୍ଗ ଦିଲ୍ଲୀରୁ ମୁମ୍ବାଇ ପାଇଁ ଇଜିମାଇଁଟ୍ରିପ୍ ଜରିଆରେ ୧.୮୬ ପ୍ରତିଶତ ଟିକେଟ୍ ବୁକିଂ ସରିଛି। ଏହି ୧.୮୬ ପ୍ରତିଶତ ଭିତରୁ ଦିଲ୍ଲୀରୁ ମୁମ୍ବାଇକୁ ୦.୩୬ ପ୍ରତିଶତ ବୁକିଂ ହୋଇଥିବା ବେଳେ ମୁମ୍ବାଇରୁ ଦିଲ୍ଲୀକୁ ୧.୭୬ ପ୍ରତିଶତ ବୁକିଂ ହୋଇଛି।

Business Today
ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା କାରଣରୁ ପୂର୍ବରୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ତାମିଲ୍ନାଡୁ ବିମାନବନ୍ଦର ଖୋଲିବାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ।
ସେହିପରି ଇଜିମାଇଟ୍ରିପ୍ ଜରିଆରେ ଜରିଆରେ ଦିଲ୍ଲୀରୁ ବେଙ୍ଗାଲୁର ମାର୍ଗକୁ ସମୁଦାୟ ୨.୬୯ ପ୍ରତିଶତ ବୁକିଂ ହୋଇଥିବା ବେଳେ ବେଙ୍ଗାଲୁରରୁ ଦିଲ୍ଲୀକୁ ୨.୦୬ ପ୍ରତିଶତ ବୁକିଂ ହୋଇଛି ଏବଂ ଦିଲ୍ଲୀରୁ ବେଙ୍ଗାଲୁରକୁ ୦.୬୩ ପ୍ରତିଶତ ବୁକିଂ ହୋଇଛି।