ଗୃହ ସ‌ଙ୍ଗରୋଧ ପାଇଁ ଅକ୍ସିଜେନ୍ କନ୍‌‌ସେଣ୍ଟ୍ରେଟର୍‌

କୋଭିଡ୍-୧୯ ମହାମାରୀର ଦ୍ବିତୀୟ ଲହରରେ ଯାହାର ଅଭାବ ସବୁୁଠୁ ଅଧିକ ଅନୁଭୂତ ହୋଇଛି ତାହା ହେଉଛି ଅକ୍ସିଜେନ୍। ବିଭିନ୍ନ ରାଜ୍ୟରେ ଥିବା ଇସ୍ପାତ କାରଖାନାଗୁଡ଼ିକରେ ଲିକ୍ବିଡ୍‌ ମେଡିକାଲ୍‌ ଅକ୍ସିଜେନ୍ ଉତ୍ପାଦନ କରି ତାହାକୁ ଦେଶର କୋଣ ଅନୁକୋଣରେ ଥିବା ହସ୍ପିଟାଲ୍‌ଗୁଡ଼ିକୁ ପଠାଯାଉଛି। ‌ଅକ୍ସିଜେନ୍ ସିଲିଣ୍ଡର୍‌ର ମଧ୍ୟ ଅଭାବ ଦେଖାଦେଇଛି। ଏଭଳି ଏକ ଗମ୍ଭୀର ସମୟରେ ଗୃହ ସଙ୍ଗରୋଧରେ ଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥାଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା କରୋନା ରୋଗୀମାନେ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ଉପରେ ନିର୍ଭରଶୀଳ ‌ହୋଇପଡ଼ିଛନ୍ତି। କେବଳ ସ୍ବଳ୍ପ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀମାନେ ଏହାକୁ ବ୍ୟବହାର କରିପାରିବେ

କେଉଁ କଂପାନିର କିଣିବେ?
ବଜାରରେ ଫିଲିକ୍ସ ହେଲ୍‌ଥକେୟାର, ଇନ୍‌ଭାକେୟାର କର୍ପୋରେସନ, ଏୟାରସେପ୍ କର୍ପୋରେସନ, ଡ୍ରାଇଭ୍‌ ଡିଭିଲ୍‌ବିସ୍ ହେଲ୍‌ଥକେୟାର, ମେଡ୍‌ଟ୍ରୋନିକ୍ ପିଏଲ୍‌ସି, ଚାର୍ଟ ଇଣ୍ଡଷ୍ଟ୍ରିଜ୍, ନିଦେକ୍ ମେଡିକାଲ୍‌ ପ୍ରଡକ୍ଟସ୍‌, ପ୍ରେସିସନ୍ ମେଡିକାଲ୍‌, ଜିସିଇ ଗ୍ରୁପ୍, ବେସ୍‌କୋ ମେଡିକାଲ୍ ଲିମିଟେଡ୍‌, ଇନୋଜେନ୍, ତେଇଜିନ୍ ଲିମିଟେଡ୍‌, ଓଏସ୍‌ଆଇ ଭଳି ସଂସ୍ଥାର ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ବିକ୍ରି ହେଉଛି।
ଦୁଇ ପ୍ରକାର-କଣ୍ଟିନିଅସ୍‌ ‌ଫ୍ଲୋ, ପଲସ୍‌ ଡୋଜ୍
ବଜା‌ରରେ ଦୁଇ ପ୍ରକାରର ଅକ୍ସିଜେନ୍ କନ୍‌‌ସେଣ୍ଟ୍ରେଟର ବିକ୍ରି ହେଉଛି। ତାହା ହେଉଛି କଣ୍ଟିନିଅସ୍ ଫ୍ଲୋ (ନିରନ୍ତର ପ୍ରବାହ) ଓ ପଲସ୍‌ ଡୋସ୍‌। କଣ୍ଟିନିଅସ୍‌ ଫ୍ଲୋ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟରରେ ଯେକୌଣସି ସମୟରେ ସମାନ ପରିମାଣର ଅକ୍ସିଜେନ୍ ପ୍ରବାହିତ ହେବ। ଏହା ଅନ୍‌ ଥିବା ବେଳେ ରୋଗୀ ତାହାକୁ ଗ୍ରହଣ କରନ୍ତୁ କିମ୍ବା ନକରନ୍ତୁ କିନ୍ତୁ ପ୍ରତି ମିନିଟ୍‌ରେ ଏହା ସମାନ ପରିମାଣର ଅକ୍ସିଜେନ୍ ଯୋଗାଇବ। ପଲସ୍‌ ଡୋନ୍ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର କିନ୍ତୁ ରୋଗୀଙ୍କ ନିଶ୍ବାସ ପ୍ରଶ୍ବାସ ଗ୍ରହଣ କରିବା ସ୍ଥିତିକୁ ନଜରରେ ରଖି ଅକ୍ସିଜେନ୍ ଯୋଗାଇବ। ଯେ‌ତେବେଳେ ରୋଗୀ ଅକ୍ସିଜେନ୍ ନେବାକୁ ଚାର୍ହିବେ ସେତେବେଳେ ଏହା ଅକ୍ସିଜେନ୍ ଯୋଗାଇବ।
କିଭଳି କାମ କରେ?
ସାଧାରଣ ବାୟୁରେ ୨୧% ଅକ୍ସିଜେନ୍ ରହିଥାଏ। ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟରର କାମ ହେଉଛି ସାଧାରଣ ବାୟୁକୂୁ ଏହା ଗ୍ରହଣ କରି‌ ସେଥିରୁ ନାଇଟ୍ରୋଜେନ୍ ଓ ଅନ୍ୟାନ୍ୟ ଗ୍ୟାସ୍‌ ବାହାର କରିଦିଏ ଓ କେବଳ ଅକ୍ସିଜେନ୍‌କୁ କମ୍ପ୍ରେସ୍‌ କରି ତାହାକୁ ରୋଗୀଙ୍କୁ ପ୍ରଦାନ କରିଥାଏ। ରୋଗୀ ଯେତିକି ଲିଟରର ଅକ୍ସିଜେନ୍ ଗ୍ରହଣ କରିବେ ସେହି ଅନୁସାରେ ତାଙ୍କ ଫୁସ୍‌ଫୁସ୍‌ରେ ଅକ୍ସିଜେନ୍‌ର ସ୍ତର ବୃଦ୍ଧି ପାଇବ।
ଦାମ୍ ୨୫-୨୭ ହଜାର ଟଙ୍କାରୁ ଆରମ୍ଭ
ହାଲୁକା ବା ୨୭ କେଜିରୁ କମ୍ ଓଜନ ବିଶିଷ୍ଟ ଅକ୍ସିଜେନ୍ କନ୍‌‌ସେଣ୍ଟ୍ରେଟର ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଉଛି। ଏହା ୩,୫,୮ ଓ ୧୦ ଏଲ୍‌ପିଏମ୍ ୟୁନିଟ୍‌ରେ ଉପଲବ୍ଧ ହେଉଛି। ଏକ ୫ ଏଲ୍‌ପିଏମ୍ ୟୁନିଟ୍‌ର ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ଦାମ୍ ୪୦ ହଜାର ଟଙ୍କାରୁ ୬୦ ହଜାର ଟଙ୍କା ମଧ୍ୟରେ ରହିଛି। ୧୦ ଏଲ୍‌ପିଏମ୍ ୟୁନିଟ୍‌ର ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ରହିଛି। ଅନ୍‌ଲାଇନ୍‌ରୁ ଗ୍ରାହକମାନେ ୨୭ ହଜାର ଟଙ୍କା ଭଳି କମ୍ ଦାମ୍‌ରେ ମଧ୍ୟ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର କିଣିପାରିବେ।
ଅନ୍‌ଲାଇନ୍‌ରେ କିଣିହେବ
ଲୋକମାନେ ଆମାଜନ୍ ଓ ଫ୍ଲିପ୍‌କାର୍ଟ ଭଳି ପ୍ରମୁଖ ଇ-କମର୍ସ ସାଇଟ୍‌ରୁ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର କିଣିପାରିବେ। ଏହା ବ୍ୟତୀତ ୧ଏମ୍‌ଜି, ତୁଷ୍ଟି ଷ୍ଟୋର୍‌, ନାଇଟି‌ଙ୍ଗଲସ୍‌ ଇଣ୍ଡିଆ, ହେଲ୍‌ଥକ୍ଲିନ୍, ହେଲ୍‌ଥଜିନି, କୋଲ୍‌ମେଡ୍‌, ଭଳି ସଂସ୍ଥାର ୱେବସାଇଟ୍‌ରୁ ମଧ୍ୟ କନ୍‌ସେଣ୍ଟ୍ରେଟର ମଗାଇ ହେବ।

ସମ୍ବନ୍ଧିତ ଖବର