ମୁମ୍ବାଇ: ଶୀତ ଦିନ ଆସିବା ମାତ୍ରେ ଲୋକେ ବୁଲିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି। ଏହି ଋତୁରେ ବୁଲା ପ୍ରେମୀ ଲୋକେ ନିଜ ମୁତାବକ ପ୍ରିୟ ବୁଲିବାସ୍ଥଳୀ ଗୁଡ଼ିକୁ ଯିବାର ଯୋଜନା କରିଥାନ୍ତି। ପର୍ଯ୍ୟଟଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଗାଡ଼ି ଓ ହୋଟେଲ୍ ବେପାର କରୁଥିବା ବେପାରୀମାନେ ମଧ୍ୟ ବିଭିନ୍ନ ପ୍ରକାରର ଅଫର୍ ପ୍ରଦାନ କରିଥାନ୍ତି।
ଏହି ଋତୁକୁ ଦୃଷ୍ଟିରେ ରଖି ହୋଟେଲ୍ ସୁବିଧା ଯୋଗାଉଥିବା କମ୍ପାନି ‘ଓୟୋ’ ମଧ୍ୟ ଏକ ଆକର୍ଷଣୀୟ ଅଫର୍ ପ୍ରଦାନ କରିଛି। ଡିଜିଟାଲ୍ ପେମେଣ୍ଟ୍ କମ୍ପାନି ‘ପେଟିଏମ୍’ ସହ ହାତ ମିଳାଇ ‘ଓୟୋ’ ଅତିଥିମାନଙ୍କୁ ଯାତ୍ରk ସୁବିଧା ଯୋଗାଇବାର ଯୋଜନା ରଖିଛି।
ଅଫର୍ ମୁତାବକ ଯେଉଁମାନେ ହୋଟେଲ୍ରେ ରହି ପାଖ ଆଖ ସ୍ଥାନକୁ ଭ୍ରମଣ କରିବା ଯୋଜନାରେ ଆସିଥିବେ ସେମାନଙ୍କୁ ‘ଓୟୋ’ ପକ୍ଷରୁ ହୋଟେଲ୍ ଭଡ଼ା ବାବଦାରେ ୫୦ ପ୍ରତିଶତ କମ୍ ନିଆଯିବ। ସେହିପରି ଯେଉଁମାନେ ପେଟିଏମ୍ ଜରିଆରେ ଟଙ୍କା ଦେଇଥିବେ ସେମାନଙ୍କୁ ୨୫୦ ଟଙ୍କା ଫେରସ୍ତ କରାଯିବ।