ନୂଆଦିଲ୍ଲୀ: ହକି ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଓୟୋ ପକ୍ଷରୁ ଭୁବନେଶ୍ବର ଓ ରାଉରକେଲାରେ ଥିବା ହୋଟେଲ୍‌ଗୁଡ଼ିକର ରୁମ୍‌ ଭଡ଼ାରେ ୫୦% ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏହି ସୁବିଧା ଚଳିତ ମାସ ୧୩ରୁ ଆରମ୍ଭ ହୋଇଛି ଯାହା ୨୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଓୟୋ ନେଟ୍‌ୱର୍କରେ ଉଭୟ ସହରରେ ୧୮୦ଟି ହୋଟେଲ୍‌ ରହିଛି। ଅତିଥିମାନଙ୍କ ଲାଗି ୧୫୦୦ରୁ ଅଧିକ କୋଠରି ଉପଲବ୍ଧ ରହିଛି। ଭୁବନେଶ୍ବରରେ ହୋଟେଲ୍‌ ସ୍ବାଇଁ ହେରିଟେଜ୍, ହିଲ୍ ସାଇଡ୍‌ ଆକ୍ବା, ଆଦିତ୍ୟ ଇଣ୍ଟରନ୍ୟାସନାଲ୍, ପ୍ରାଇମ୍‌ ରେସିଡେନ୍ସି ଓ ହୋଟେଲ୍‌ ଭିନ୍ନସକାଳ ଏବଂ ରାଉରକେଲାରେ ହୋଟେଲ୍‌ ପ୍ରିୟଲ୍‌ଅମ୍ରିତ ସାଗର, ଦି ପ୍ରେଷ୍ଟିଜ୍ ତ୍ରିଦେବ ଆଦି ହକି ଷ୍ଟାଡିୟମ୍ ପାଖାପାଖି ରହିଛି। ଏହି ଅବସରରେ ଓୟୋର ଚିଫ୍ ଗ୍ରୋଥ୍‌ ଅଫିସର କବିକ୍ରୁତ କହିଛନ୍ତି ଯେ ଓଡ଼ିଶା ବିଶ୍ବକପ୍ ଆୟୋଜନ କରୁଥିବାରୁ ଆମେ ଗର୍ବିତ। ଆମେ ସର୍ବଦା କ୍ରୀଡ଼ାକୁ ସ୍ବୀକୃତି ଦେଇଥାଉ ଏବଂ ତାହାକୁ ସମର୍ଥନ କରିବା ଆମର କର୍ତବ୍ୟ। ଅଧିକରୁ ଅଧିକ ଲୋକ ଯେଭଳି ଷ୍ଟାଡିୟମ୍‌ରେ ହକି ମ୍ୟାଚ୍‌କୁ ଉପଭୋଗ କରିପାରିବେ ସେଥିପାଇଁ ଆମେ ସ୍ବତନ୍ତ୍ର ଅଫର ପ୍ରଦାନ କରୁଛୁ।