ସୁନା ସ୍କିମ୍‌ର ସିବିଆଇ ତଦନ୍ତ ପାଇଁ ପିଏସି ସବ୍‌-କମିଟିର ସୁପାରିସ

ନୂଆଦିଲ୍ଲୀ: ଉପା ସରକାରଙ୍କ ଅମଳରେ ଚାଲିିଥିବା ୮୦:୨୦ ସୁନା ସ୍କିମ୍‌ର ଅପବ୍ୟବହାର କରିଥିବା ୩୫ଟି ଜୁଏଲାରି ସଂସ୍ଥା ବିରୋଧରେ ସିବିଆଇ ଓ ଇଡି ତଦନ୍ତ କରିବା ଦରକାର ବୋଲି ପବ୍ଲିକ୍‌ ଆକାଉଣ୍ଟ୍‌ କମିଟି (ପିଏସି)ର ସବ୍‌ କମିଟି ସୁପାରିସ କରିଛି। ୨୦୧୩ରେ ଆରମ୍ଭ କରାଯାଇଥିବା ଏହି ସ୍କିମ୍‌ ଜରିଆରେ ମନି ଲଣ୍ଡରିଂ କରାଯାଉଥିଲା ବୋଲି ଅଭିଯୋଗ ହୋଇଛି। କମିଟିର ଜଣେ ସଦସ୍ୟ କହିଛନ୍ତି ଯେ ପିଏନ୍‌ବି ଠକେଇର ଦୁଇ ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଭଳି ଜୁଏଲାରି ବ୍ୟବସାୟୀ ଏହି ସ୍କିମ୍‌କୁ ମନି ଲଣ୍ଡରିଂ ପାଇଁ ବ୍ୟବହାର କରିଥିଲେ। ସିଏଜି ମଧ୍ୟ ଜଣାଇଛନ୍ତି ଯେ ଏହି ସ୍କିମ୍‌ ଯୋଗୁଁ ସରକାରଙ୍କର ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ନେତୃତ୍ୱରେ ଏହି ପିଏସି ସବ୍‌-କମିଟି ଗଠନ କରାଯାଇଛି। ଏନ୍‌ଡିଏ ସରକାର ଶାସନ ଭାର ଗ୍ରହଣ କରିବା ପରେ ୨୦୧୪ରେ ସୁନା ସ୍କିମ୍‌କୁ ବନ୍ଦ କରିଦେଇଥିଲେ।

ସମ୍ବନ୍ଧିତ ଖବର