ବିଦ୍ୟୁତ ବିତରଣ କମ୍ପାନିମାନଙ୍କ ପାଇଁ ୯୦ ହଜାର କୋଟିର ଋଣ ସହାୟତା

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟର ବିତ୍ୟୁତ ବିତରଣ କମ୍ପାନି (ଡିସକମ) ମାନେ ଗୁରୁତରଭାବେ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, କଳକାରଖାନା ଆଦି ବନ୍ଦ ଥିବାରୁ ଡିସକମ ମାନଙ୍କ ରାଜସ୍ୱ ଉଲ୍ଲେଖନୀୟଭାବେ ହ୍ରାସ ପାଇଛି । ଏହା ଫଳରେ ଡିସକମ ମାନଙ୍କ ନିକଟରେ ବିଦ୍ୟୁତ ଉତ୍ପାଦନ କମ୍ପାନିମାନଙ୍କର ପ୍ରାୟ ୯୪ ହଜାର କୋଟିର ବକେୟା ରହିଛି ।

ଏହାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିସକମ ମାନଙ୍କ ପାଇଁ ପ୍ରାୟ ୯୦ ହଜାର କୋଟିର ଋଣ ସହାୟତା ଘୋଷଣା କରିଛନ୍ତି । ଏହି ସ୍କିମ ମଧ୍ୟମରେ ପାଓ୍ୱାର ଫାଇନାନ୍ସ କର୍ପୋରେସନ(ପିଏଫସି) ଓ ଗ୍ରାମୀଣ ବିଦ୍ୟୁତକରଣ ନିଗମ (ଆରଇସି) ମାଧ୍ୟମରେ ଡିସକମଗୁଡ଼ିକରେ ୯୦ ହଜାର କୋଟିର ନଗଦ ଅର୍ଥ ପ୍ରଦାନ କରାଯିବ । ରାଜ୍ୟ ସରକାରମାନଙ୍କ ଗ୍ୟାରେଣ୍ଟିରେ ଏହି ଋଣ ଡିସକମ ମାନଙ୍କୁ ଦିଆଯିବ । ଏହି ଅର୍ଥ ଡିସକମମାନେ ନିଜର ବକେୟା ପରିଶୋଧ କରିପାରିବେ ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଦ୍ୟୁତ ଉତ୍ପାଦନ କମ୍ପାନି (ଏନଟିପିସି, ଏନଏଚପିସି ଆଦି) ଡିସକମମାନଙ୍କୁ ରିହାତି ପ୍ରଦାନ କରିବେ । ଡିସକମମାନେ ଏହି ରିହାତିର ସୁଫଳ ଉପଭୋକ୍ତାମାନଙ୍କୁ ପ୍ରଦାନ କରିବେ ।
ସେହିପରି ଡିସକମଗୁଡ଼ିକରେ ପରିଚାଳନାଗତ ସଂସ୍କାର ଯଥା ଅପଚୟ ହ୍ରାସ, ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା କରିବା ଆଦି ଆଣିବା ପାଇଁ ସହାୟତା କରାଯିବ ।

ସମ୍ବନ୍ଧିତ ଖବର