ବଦଳିଲା ଏମ୍ଏସ୍‌ଏମ୍ଇ ପରିଭାଷା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏମ୍ଏସ୍‌ଏମ୍ଇର ପରିଭାଷା ବଦଳାଇ ଦେଇଛନ୍ତି। ଏହି ପରିଭାଷାକୁ ଜାଣିବା ବହୁତ ଜରୁରୀ, କାରଣ ସରକାର ଏମ୍ଏସ୍‌ଏମ୍ଇଗୁଡ଼ିକ ପାଇଁ ଯେଉଁ ସବୁ ଘୋଷଣା କରିଛନ୍ତି ତାହାର ଲାଭ ଏହି ପରିଭାଷା ଅନୁସାରେ ମିଳିବ। ଏମ୍ଏସ୍‌ଏମ୍‌ଇର ପୂରା ନାମ ହେଉଛି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା। ନୂଆ ସଂଜ୍ଞା ବା ପରିଭାଷାରେ ମାନୁଫାକ୍‌ଚରିଂ ଏବଂ ସେବା ୟୁନିଟ୍‌ଗୁଡ଼ିକୁ ଗୋଟିଏ ବର୍ଗରେ ରଖାଯାଇଛି। ଏହା ବ୍ୟତୀତ କଂପାନିଗୁଡ଼ିକର ବର୍ଗୀକରଣ ସେମାନଙ୍କ ଟର୍ଣ୍ଣଓଭର (କାରବାର) ଏବଂ ନିବେଶ ଆଧାରରେ କରାଯାଇଛି।

ଲଘୁ ଉଦ୍ୟୋଗ
ଏକ କୋଟି ଟଙ୍କା ପର୍ଯ୍ୟନ୍ତର ନିବେଶ ଏକଂ ୫ କୋଟି ଟଙ୍କା ପର୍ଯ୍ୟନ୍ତର କାରବାର କରୁଥିବା କଂପାନିଗୁଡ଼ିକୁ ଲଘୁ ଉଦ୍ୟୋଗ ବର୍ଗରେ ରଖାଯିବ। ପୂର୍ବରୁ ମାନୁଫାକ୍‌ଚରିଂ କ୍ଷେତ୍ରର ନିବେଶ ସୀମା ୨୫ ଲକ୍ଷ ଟଙ୍କା ଏବଂ ସେବା ପ୍ରଦାନକାରୀ ସଂସ୍ଥା ପାର୍ଇ ଏହି ସୀମା ୧୦ ଲକ୍ଷ ଟଙ୍କା ଥିଲା।

କ୍ଷୁଦ୍ର ଉଦ୍ୟୋଗ
ଏକ କୋଟିରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତର ନିବେଶ ଏବଂ ୫ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତର କାରବାର ଥିବା କଂପାନିଗୁଡ଼ିକୁ ଏହି ବର୍ଗରେ ରଖାଯିବ। ପୂର୍ବରୁ ମାନୁଫାକ୍‌ଚରିଂ ସଂସ୍ଥା ପାଇଁ ନିବେଶ ସୀମା ୨୫ ଲକ୍ଷ ଟଙ୍କାରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଥିଲା। ସେହିପରି, ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପାଇଁ ଏହି ସୀମା ୧୦ ଲକ୍ଷ ଟଙ୍କାରୁ ୨ କୋଟି ଟଙ୍କା ଭିତରେ ଥିଲା।

ମଧ୍ୟମ ଉଦ୍ୟୋଗ
୧୦-୨୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଏବଂ ୫୦-୧୦୦ କୋଟି ଟଙ୍କା ପର୍ଯ୍ୟନ୍ତର କାରବାର କରୁଥିବା କଂପାନିଗୁଡ଼ିକୁ ଏହି ବର୍ଗରେ ସାମିଲ କରାଯିବ। ପୁରୁଣା ବ୍ୟବସ୍ଥାରେ ମାନୁଫାକ୍‌ଚରିଂ କ୍ଷେତ୍ର ପାଇଁ ଏହି ନିବେଶ ସୀମା ୫-୧୦ କୋଟଇ ଟଙ୍କା ଥିଲା ଏବଂ ସେବା ପ୍ରଦାନକାରୀ ସଂସ୍ଥା ପାଇଁ ୨-୫ କୋଟି ଟଙ୍କା ଥିଲା।

କ’ଣ ଥିଲା, କ’ଣ ହେଲା
ପୁରୁଣା ସଂଜ୍ଞା
ମାନଦଣ୍ଡ: କାରଖାନା, ମେସିନ୍ ଓ ଉପକରଣରେ ନିବେଶ
ବର୍ଗ ଲଘୁ କ୍ଷୁଦ୍ର ମଧ୍ୟମ
ମାନୁଫାକ୍‌ଚରିଂ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ କୋଟି ଟଙ୍କା ପର୍ଯ୍ୟନ୍ତ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ
ସେବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨ କୋଟି ଟଙ୍କା ପର୍ଯ୍ୟନ୍ତ ୫ କୋଟି ଟଙ୍କା ପର୍ଯ୍ୟନ୍ତ

ନୂଆ ସଂଜ୍ଞା
ମାନଦଣ୍ଡ: ନିବେଶ ଓ ବାର୍ଷିକ କାରବାର
ବର୍ଗ ଲଘୁ କ୍ଷୁଦ୍ର ମଧ୍ୟମ
ମାନୁଫାକ୍‌ଚରିଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ
ସେବା ୫ କୋଟି ଟଙ୍କା ପର୍ଯ୍ୟନ୍ତ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ

ସମ୍ବନ୍ଧିତ ଖବର