ପାକିସ୍ତାନରେ ପେଟ୍ରୋଲ ଲିଟର ଏକାଥରକେ ୨୦ ଟଙ୍କା ବଢିବ

ଇସ୍ଲାମାବାଦ: ଆମ ଦେଶରେ ପେଟ୍ରୋଲ ଦର ବଢିଚାଲିଛି । ଗ୍ୟାସ ଦର ବି ବଢିଛି । ଏହାକୁ ନେଇ ଆମ ଦେଶରେ ଅନେକ ଲୋକ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ଅନେକ ମଧ୍ୟ ପଡୋଶୀ ପାକିସ୍ତାନର  ତେଲ ଦର ସହିତ ତୁଳନା କରୁଛନ୍ତି । ସେଠାକାର ସରକାର ଯଦି କମ ପଇସାରେ ତେଲ ଓ ଗ୍ୟାସ ଯୋଗାଇ ପାରୁଛନ୍ତି ଭାରତ ସରକାର କାହିଁକି ନୁହେଁ । ପ୍ରକୃତ କଥା ହେଉଛି ପାକିସ୍ତାନ ସରକାର ମଧ୍ୟ ତେଲ ଓ ଗ୍ୟାସ ଉପରେ ସବସୀଡି ଦେଇ ଦେଇ ବିପୁଳ କ୍ଷତି ସହୁଛନ୍ତି । ଏଥିପାଇଁ ସେଠାକାର ସରକାର ତେଲ ଓ ଗ୍ୟାସ ଦର ବଢାଇବାକୁ ଯୋଜନା କରିଛନ୍ତି । ପାକିସ୍ତାନର ଅର୍ଥମନ୍ତ୍ରୀ ଅସାଦ ଉମର ଆଜି ପାକ ଜାତୀୟ ଆସେମ୍ଲିରେ କହିଛନ୍ତି ଯେ ପେଟ୍ରୋଲ ଦର ଲିଟର ପିଛା ୨୦ ଟଙ୍କା ବଢାଇବା ଛଡା ସରକାରଙ୍କ ପାଖରେ ଏବେ କୌଣସି ଉପାୟ ନାହିଁ । କାରଣ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଅଧିକ ଥିବାବେଳେ ପାକିସ୍ତାନୀ ଟଙ୍କାର ମୂଲ୍ୟ କମିଚାଲିଛି । ପାକ ସରକାର ଯଦି ପେଟ୍ରୋଲ ଲିଟର ପିଛା ୨୦ ଟଙ୍କା ବଢାନ୍ତି ତେବେ ସେଠାରେ ପେଟ୍ରୋଲ ଦର ଭାରତ ସହ ସମାନ ବା ତାକୁ ଟପିଯିବ । ଅନ୍ୟପକ୍ଷରେ କେବଳ ପେଟ୍ରୋଲ ନୁହେଁ ଗ୍ୟାସ ଦର ପ୍ରାୟ ୧୪୩ ପ୍ରତିଶତ ପର୍ଯ୍ୟନ୍ତ ବଢାଇବାକୁ ସରକାର ଘୋଷଣା କରିଛନ୍ତି ।  ସରକାରଙ୍କ ଏହି ଘୋଷଣା ଶୁଣି ସାଧାରଣ ପାକିସ୍ତାନୀ ଲୋକଙ୍କ ହୋସ ଉଡିଯାଇଛି ।

ସମ୍ବନ୍ଧିତ ଖବର