କରାଚୀ/ମୁମ୍ବାଇ : ଭାରତର ଆଶଙ୍କା ଦିନକୁ ଦିନ ବଢୁଥିବାବେଳେ ସମଗ୍ର ପାକିସ୍ତାନରେ ଭୟ ଓ ଆତଙ୍କର ବାତବରଣ ରହିଛି । ଏହି ଆତଙ୍କ ପାକିସ୍ତାନର ସରକାର, ସେନାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଯାଉଛି । ଏହାର ପ୍ରଭାବ ପାକିସ୍ତାନ ଷ୍ଟକ ବଜାର ଉପରେ ମଧ୍ୟ ପଡ଼ିଛି । ପାକିସ୍ତାନର ବୃହତ୍ତମ ଷ୍ଟକ ବଜାର କରାଚୀ ଷ୍ଟକ ଏକ୍ସଚେଞ୍ଜରେ ସୂଚକାଙ୍କ ପହଲଗାମ ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୩.୭ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ସମ୍ଭାବ୍ୟ ଯୁଦ୍ଧର କୌଣସି ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ଦେଖାଯାଇନାହିଁ, ଯେପରିକି, ଭାରତୀୟ ଷ୍ଟକ ବଜାର ସେନାର କ୍ଷମତାକୁ ନେଇ ସଂପୂର୍ଣ୍ଣ ନିଶ୍ଚିନ୍ତ ଅଛି । କାରଣ ପହଲଗାମ ଆକ୍ରମଣପରଠାରୁ ସେନସେକ୍ସ ପ୍ରାୟ ୧.୫ ପ୍ରତିଶତ ବୃଦ୍ଧି ପାଇଛି ।
କରାଚୀ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ କେଏସଇ-୧୦୦ ମଙ୍ଗଳବାର ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୩.୭ ପ୍ରତିଶତ ହ୍ରାସ ପାଇଛି । କେବଳ ଏପ୍ରିଲ ୩୦ରେ ଏହା ପ୍ରାୟ ୩ ପ୍ରତିଶତ ହ୍ରାସ ପାଇଥିଲା । ମେ ୨ରେ ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲେ ବି ତାପରଠାରୁ ସୂଚକାଙ୍କ ହ୍ରାସ ପାଇଚାଲିଛି ।

ସେପଟେ ଭାରତର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ଏପ୍ରିଲ ୨୩ରୁ ମେ ୫ ମଧ୍ୟରେ ପ୍ରାୟ ୧.୫ ପ୍ରତିଶତ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ପାକିସ୍ତାନ ସହିତ ଉତ୍ତେଜନା ସମୟରେ ସାଧାରଣତଃ ଭାରତୀୟ ଷ୍ଟକ ବଜାରରେ ସେତେଟା ଅସ୍ଥିରତା ଦେଖାଯାଇନଥାଏ । କେବଳ ୨୦୦୧ ସଂସଦ ଆକ୍ରମଣ ସମୟରେ ସୂଚକାଙ୍କରେ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା, କିନ୍ତୁ ତାହା ୨ ପ୍ରତିଶତରୁ ଅଧିକ ନଥିଲା ।