ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ଲାଗି ଚୀନ୍କୁ ୨୦୦ କୋଟି ଡଲାର ସହାୟତା ମାଗିଛି। ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱରୁଲ ହକ୍ କକର୍ ଏନେଇ ଚୀନ୍ ପ୍ରିମିୟର ଲି କିଆଙ୍ଗ୍ଙ୍କୁ ଚିଠି ଲେଖିଛନ୍ତି। ପାକିସ୍ତାନକୁ ୪ ବିଲିଅନ ଡଲାର ଋଣ ଦେବାକୁ ଚିନ୍ ପ୍ରତିଶ୍ରୁତି ଦେଇଛି। ପୂର୍ବରୁ ଦେଇଥିବା ଆର୍ଥିକ ସହାୟତା ଯୋଗୁଁ ଚୀନ୍ର ବୈଦେଶିକ ମୁଦ୍ରା ଭଣ୍ଡାରରେ ସ୍ଥିରତା ଫେରିଥିଲା। ପାକିସ୍ତାନକୁ ଚୀନ୍, ୟୁଏଇ ଓ ସାଉଦି ଆରବ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ ସହାୟତା ଦେଉଛି। ଆଗାମୀ କିସ୍ତିରେ ଆଇଏମ୍ଏଫ୍ ୧୨୦ କୋଟି ଡଲାର ସହାୟତା ପ୍ରଦାନ କରିବ। ସେଥିପାଇଁ ନୂଆ ମିସନ ପଠାଇବାକୁ କାମଚଳା ସରକାର ଆଇଏମ୍ଏଫ୍କୁ ଅନୁରୋଧ କରିଛନ୍ତି। ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଇସକ୍ ଦର୍ କହିଛନ୍ତି ଯେ ଯଦି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରୁ ଋଣ ଆସୁନାହିଁ, ତେବେ ସରକାର ତୁରନ୍ତ କଠୋର ଖର୍ଚ୍ଚ କାଟ ପଦକ୍ଷେପ ଗ୍ରହଣ କରିବା ଦରକାର। ପାକିସ୍ତାନ ପାଖରେ ପାଣ୍ଠିର ଘୋର ଅଭାବ ଥିବାରୁ ଏହା ବିଭିନ୍ନ ଉତ୍ସରୁ ଆଣିଥିବା ଋଣ ପରିଶୋଧ କରିବା ଲାଗି ସଂଘର୍ଷ କରୁଛି। ଆଇଏମ୍ଏଫ୍, ବିଶ୍ବବ୍ୟାଙ୍କ, ଚୀନ୍ ଓ ୟୁଏଇକୁ ଋଣ ଅର୍ଥ ଫେରସ୍ତ କରିବାରେ ଏହା ବିଫଳ ହୋଇପାରେ ବୋଲି ଆକଳନ କରାଯାଇଛି। ପାକିସ୍ତାନ ଅର୍ଥନୀତିର ଏଭଳି ଦୁର୍ଦ୍ଦଶା ପଛର ମୁଖ୍ୟ କାରଣ ହେଉଛି ଋଣ। ଏହା ଉପରେ ୧୨,୫୦୦ କୋଟି ଡଲାର ଋଣ ରହିଛି। ସେଥିରୁ ଏକ ତୃତୀୟାଂଶ ଋଣ ଚୀନ୍ ଦେଇଛି।
ଚୀନ୍କୁ ୨୦୦ କୋଟି ଡଲାର ମାଗିଲା ପାକିସ୍ତାନ
/sambad/media/post_attachments/wp-content/uploads/2021/07/china-pakistan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)