ଭୁବନେଶ୍ୱର: ଚଳିତ ବର୍ଷ ବିଗ୍ ବଜାର ରୂପଶ୍ରୀ ରଜର ବିଜେତା ହୋଇଛନ୍ତି ଭୁବନେଶ୍ୱରର ୨୩ ବର୍ଷୀୟା ପଲ୍ଲବୀ ସ୍ୱାଇଁ। ତାଙ୍କୁ ପୁରସ୍କାର ବାବଦରେ ସୁନ୍ଦରୀ ମୁକୁଟ ପ୍ରଦାନ କରାଯିବା ସହିତ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେ ଏକ ବର୍ଷ ପର୍ଯ୍ୟନ୍ତ ବିଗ୍ ବଜାରରେ ଅନେକ ସାମଗ୍ରୀ ମାଗଣାରେ କିଣାକିଣି କରିପାରିବେ। ଚୁମ୍କି ବାରିକ ପ୍ରଥମ ରନର୍ସ ଅପ୍ ଓ ତମାସା ପଟ୍ଟନାୟକ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି। ସେମାନେ ମଧ୍ୟ ଏକ ବର୍ଷ ପର୍ଯ୍ୟନ୍ତ ବିଗ୍ ବଜାରରେ ମାଗଣା ସପିଙ୍ଗ କରିପାରିବେ। ୨୦୧୮ ବର୍ଷ ପାଇଁ ବିଗ ବଜାର ପକ୍ଷରୁ ରୂପଶ୍ରୀ ରଜ କୁଇନ୍ ପ୍ରତିଯୋଗିତା ନିମନ୍ତେ ରାଜ୍ୟର ୭ଟି ସହର ଭୁବନେଶ୍ୱର, କଟକ, ରାଉରକେଲା, ଝାରସୁଗୁଡ଼ା, ପୁରୀ, ସମ୍ବଲପୁର ଓ କେନ୍ଦୁଝରରୁ ୫୦୦୦ ମହିଳାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପଲ୍ଲବୀ ବିଜେତା ଘୋଷିତ ହୋଇଛନ୍ତି। ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ୬ ଜଣଙ୍କୁ ଚୟନ କରାଯାଇଥିଲା। କମ୍ ବୟସରେ ଗରିବ ପିଲାମାନଙ୍କୁ କୋଚିଂ ଭଳି ସୁବିଧା ପ୍ରଦାନ କରୁଥିବାରୁ ପଲ୍ଲବୀଙ୍କୁ ବିଜେତା ଘୋଷଣା କରାଯାଇଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଅନ୍ୟ ପ୍ରାର୍ଥୀମାନେ ହେଉଛନ୍ତି ଭୁବନେଶ୍ୱରର ସୋନିଆ ମଣ୍ଡଲ୍ ଓ ସୁପ୍ରିୟା କର, କେନ୍ଦ୍ରାପଡ଼ାର ସୂଚିସ୍ମିତା ରଥ। ଏହି ପ୍ରତିଯୋଗିତାରେ ଜୟଶ୍ରୀ ମହାନ୍ତି, ଆଦ୍ୟାଶା ଶତପଥୀ, ଅରୁଣା ମହାନ୍ତି ଓ ରୋଜାଲିନ୍ ମିଶ୍ର ବିଚାରପତି ଦାୟିତ୍ୱ ନିର୍ବାହ କରିଥିଲେ।
ପଲ୍ଲବୀ ହେଲେ ‘ବିଗ୍ ବଜାର’ ରଜ କୁଇନ୍
/sambad/media/post_attachments/wp-content/uploads/2018/06/big-bazar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)