ପାଲାଡିୟମ୍‌ ହେଲା ବିଶ୍ୱର ସବୁଠୁ ମୂଲ୍ୟବାନ ଧାତୁ , ସୁନାଠାରୁ ଆହୁରି ମହଙ୍ଗା

ନୂଆଦିଲ୍ଲୀ : ପାଲାଡିୟମ ନାମକ ଏକ ଧାତୁ ବିଶ୍ୱର ସବୁଠାରୁ ମୂଲ୍ୟବାନ ଧାତୁରେ ପରିଣତ ହୋଇଛି । ମୂଲ୍ୟଦୃଷ୍ଟିରୁ ଏହି ଧାତୁ ସୁନାଠାରୁ ଅନେକ ଆଗକୁ ଚାଲିଯାଇଛି । ଆଜି ବିଶ୍ୱ ବଜାରରେ ପାଲାଡିୟମ୍‌ ଦର ଆଉନ୍ସ (୧ ଆଉନ୍ସ = ୨୮ ଗ୍ରାମ) ପିଛା ୧୯୪୦ ଡଲାର ଛୁଇଁଛି । ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୧ ଲକ୍ଷ ୩୭ ହଜାର ଟଙ୍କା ଟପିଛି ଏହି ଧାତୁ । ଚଳିତ ମାସ ଶେଷ ବେଳକୁ ଏହା ୨ହଜାର ଡଲାର ଛୁଇଁବା ଆଶା କରାଯାଉଛି ।
ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ ପିଛା ଏବେ ୧୪୭୦ ଡଲାର ରହିଛି, ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୧ ଲକ୍ଷ ୪ ହଜାର ଟଙ୍କା ।

DNA India

ପାଲାଡିୟମର ଏକ ବଡ଼ ଉତ୍ପାଦକ ଦକ୍ଷିଣ ଆଫ୍ରିକାରେ ଉତ୍ପାଦନ ହ୍ରାସ ଯୋଗୁଁ ଦର ବଢିଛି । ବିଦ୍ୟୁତ ସମସ୍ୟା ଯୋଗୁଁ କେତେକ ଖଣି ବନ୍ଦ ରହିଛି, ଏଥିପାଇଁ ଉତ୍ପାଦନ କମିଛି । ଅନ୍ୟପକ୍ଷରେ ବିଶ୍ୱରେ ଏହି ଧାତୁର ଚାହିଦା ବୃଦ୍ଧି ପାଇଛି । କାର ଓ ଅନ୍ୟାନ୍ୟ ଯାନବାହାନର ସାଇଲେନ୍ସରରେ ଏହି ଧାତୁକୁ ବ୍ୟବହାର କରାଯାଏ । ଏହା ଗାଡ଼ିରୁ ବାହାରୁ ଥିବା ବିଷାକ୍ତ ଗ୍ୟାସକୁ କମ ବିପଦଜନକ ଅଙ୍ଗାରକାମ୍ଳ ଗ୍ୟାସରେ ପରିଣତ କରେ । ବିଶ୍ୱରେ ଏବେ କମ ପ୍ରଦୂଷଣ କରୁଥିବା ଗାଡ଼ିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହି ଧାତୁର ଚାହିଦା ବଢିଚାଲିଛି । ଏହାକୁ ମଧ୍ୟ ଜୁଏଲାରୀ, ଦାନ୍ତଚିକିତ୍ସା ଓ ଇଲେକ୍ଟ୍ରୋନିକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ବ୍ୟବହାର କରାଯାଏ ।

ସମ୍ବନ୍ଧିତ ଖବର