ପାଲ୍‌ମୋଟର ୱେଜ୍‌ର ନୂଆ ସୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ବର : ଟାଟା ମୋଟର୍ସର ବାଣିଜ୍ୟିକ ଯାନ ଡିଲରସିପ ଭୁବନେଶ୍ବର ପାତ୍ରପଡ଼ାଠାରେ ପାଲ୍‌ମୋଟର ୱେଜ୍‌ ପକ୍ଷରୁ ଶୁଭାରମ୍ଭ ହୋଇଛି। କମ୍ପାନିର ଉପସଭାପତି (ସେଲ୍‌ସ ଆଣ୍ଡ୍ ମାର୍କେଟିଂ) ରାଜେଶ କୌଲ, ପୂର୍ବ ଭାରତର ଆଞ୍ଚଳିକ ପ୍ରବନ୍ଧକ (ବାଣିଜ୍ୟିକ ଯାନ) ରଣବୀର କନୱାର, ନ୍ୟାସନାଲ ସର୍ଭିସ ହେଡ୍ (ବାଣିଜ୍ୟିକ ଯାନ) ଅରୁଣ ଜଲାଲ, ଏଲଓବି ହେଡ୍‌(ଏସ୍‌ସିଭି, କାର୍ଗୋ ଆଣ୍ଡ୍ ପିକ୍‌ଅପ୍‌) ଦୀପରଂଜନ ରାୟ, ଷ୍ଟେଟ ପ୍ରଡକ୍ଟ ମ୍ୟାନେଜର ଆଶୁତୋଷ କୁମାର, ରାଜ୍ୟ ମୁଖ୍ୟ (ବାଣିଜ୍ୟିକ ଯାନ) ବିକାଶ ସୋନି, ପାଲ୍‌‌ମୋଟର ୱେଜ୍‌ର ଅଧ୍ୟକ୍ଷ ସତ୍‌ପାଲ୍‌ ସିଂହ, ଏମ୍‌ଡି ହରମନ ସିଂହଙ୍କ ଦ୍ବାରା ନୂଆ ସୋ’ରୁମ୍‌ର ଉଦ୍‌ଘାଟନ ହୋଇଛି। ଏଠାରେ କମ୍ପାନିର ସମସ୍ତ ଛୋଟ ବାଣିଜ୍ୟିକ ଯାନ ଉପଲବ୍ଧ ହେବ। ଗାଡ଼ି ଦେଖିବା ସହିତ କିଣିବା, ଟେଷ୍ଟ ଡ୍ରାଇଭ ଓ ସର୍ଭିସ ସୁବିଧା ମଧ୍ୟ ଗ୍ରାହକଙ୍କୁ ଏଠାରେ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର