ନୂଆଦିଲ୍ଲୀ: ଆଧାର ଓ ପାନ କାର୍ଡକୁ ‌ନେଇ ବିଭିନ୍ନ ପ୍ରକାର ଅପଡେଟ ଖବର ସାମ୍ନାକୁ ଆସୁଥାଏ। ତେବେ ଏହି ଆଧାର ଓ ପାନକାର୍ଡକୁ ନେଇ ଏକ ବଡ଼ ଖରବ ସାମ୍ନାକୁ ଆସିଛି। ନିକଟ‌ରେ  ଆଧାରକୁ ପାନ୍ କାର୍ଡ ସହ ଲିଙ୍କ କରିବା ପାଇଁ  ସମୟସୀମା ଦିଆଯାଇଥିଲା । ଏହି ସମୟସୀମା ପୂର୍ବରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରହିଥିବା ‌ବେଳେ ଏହାକୁ  ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Advertisment

ଏହି ସମୟସୀମ‌ାକୁ ଦେଖିବାକୁ ଗଲେ ଆଧାର ସହ ପାନକାର୍ଡ ଲିଙ୍କ୍ କରିବା ପାଇଁ ମାତ୍ର ଆଉ ୨ଦିନ ବାକି ରହିଛି ।  ଏହି ୨ଦିନ ମଧ୍ୟରେ ଆଧାର କାର୍ଡ ସହ ପାନ୍ କାର୍ଡକୁ ଲିଙ୍କ୍ କରାଇ ଦିଅନ୍ତୁ। ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ।

ଏମିତିକି ଏହି ନିୟମକୁ ଅଣଦେଖା କଲେ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ। କେବଳ ଏତିକି ନୁହେଁ ଜାଣି ରଖନ୍ତୁ ନିଷ୍କ୍ରିୟ ‌ହୋଇଯାଇଥିବା ପାନକାର୍ଡକୁ ବ୍ୟବହାର କଲେ ବ୍ୟବହାରକାରୀଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ । ତେଣୁ ସମୟ ଥାଉଥାଉ ଏସବୁ କାମ ସାରି ଦିଅନ୍ତୁ। ଏହି ନିୟମକୁ ଅଣଦେଖା କଲେ ଆଗାମୀ ଦିନରେ ଆପଣଙ୍କୁ ପାନକାର୍ଡ ଆବଶ୍ୟକ ପଡ଼ୁଥିବା କ୍ଷେତ୍ରରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।