ରଦ୍ଦ ହୋଇ ଯାଇପାରେ ଆପଣଙ୍କ ପାନ୍‌କାର୍ଡ, ଜୁନ୍‌ ୩୦ ପରେ ଆସିବନି କୌଣସି କାମରେ !

ନୂଆଦିଲ୍ଲୀ: ପାନ୍‌କାର୍ଡ  ଅାୟକର ବିଭାଗର ସ୍ଥାୟୀ ଖାତା ନମ୍ବର  ଏକ ଆବଶ୍ୟକୀୟ ଦସ୍ତାବିଜ । ଆୟକର ରିଟର୍ଣ୍ଣ ଭରିବା ପାଇଁ ହେଉ ଅବା ବ୍ୟାଙ୍କ୍‌ ଖାତା ଖୋଲିବା ପାଇଁ .ହେଉ, ଏହା ଜରୁରୀ । ପ୍ରତ୍ୟେକ ଅର୍ଥନୈତିକ ନେଣଦେଣ ପାଇଁ ପାନ୍‌କାର୍ଡ ଆବଶ୍ୟକ ହୋଇଥାଏ। ଏପରି କି ସରକାର ସପିଂ ପାଇଁ ବି ପାନ୍‌କାର୍ଡକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ଏପରି କ୍ଷେତ୍ରରେ ଯଦି ଆପଣଙ୍କ ପାନ୍‌କାର୍ଡ ରଦ୍ଦ ହୋଇଯିବ ତେବେ କ’ଣ କରିବେ। ଜୁନ୍‌ ୩୦ ସୁଦ୍ଧା ଯଦି ଏହି କାମକୁ ଶେଷ କରି ନାହାନ୍ତି ତେବେ ଆପଣଙ୍କ ପାନ୍‌କାର୍ଡ ରଦ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଛି।

ଯଦି ଆପଣ ଏଯାବତ୍‌ ପାନ୍‌ କାର୍ଡକୁ ଆଧାର ଲିଙ୍କ୍‌ କରି ନାହାନ୍ତି ତେବେ ଅସୁବିଧାରେ ପଡ଼ି ପାରନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟର ଟ୍ୟାକ୍ସ ପାନ୍‌କୁ ଆଧାର ସହିତ ଯୋଡ଼ିବାର ଶେଷ ସମୟ ସୀମାକୁ ଜୁନ୍‌ ୩୦ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲେ। ସିବିଡିଟି ପକ୍ଷରୁ  ଆଧାର ଜରିଆରେ ପାନ୍‌କୁ ଲିଙ୍କ କରିବାର ତାରିଖକୁ ୪ ଥର ବୃଦ୍ଧି କରାଯାଇ ସାରିଛି।

ଅନ୍‌ଲାଇନ୍‌ ରିଟର୍ଣ୍ଣ ଭରିବା ପାଇଁ ଆପଣଙ୍କୁ ପ୍ରଥମେ ଆଧାର କାର୍ଡ ସହିତ ପାନ୍‌କୁ ଯୋଡ଼ିବାକୁ ପଡ଼ିବ। ସରକାର ପାନ୍‌ ସହିତ ଆଧାରକୁ ଯୋଡ଼ିବା ଅନିବାର୍ଯ୍ୟ କରି ଦେଇଛନ୍ତି। ଏପରି ନ କରିବା ଦ୍ୱାରା ଆପଣ ଅନ୍‌ଲାଇନ୍‌ ଆଇଟିଆର୍‌ ଫାଇଲ କରି ପାରିବେ ନାହିଁ କି ଆପଣଙ୍କ ଟ୍ୟାକ୍ସ ରିଫଣ୍ଡ ହୋଇ ପାରିବ ନାହିଁ।

ପାନ୍‌ ସହିତ ଆଧାର ଯୋଡ଼ିବାର ଶେଷ ତାରିଖ ଜୁନ୍‌ ୩୦ ପର୍ଯ୍ୟନ୍ତ ରହିଛି। ଯଦି ଆପଣ ଏଯାବତ୍‌ ଲିଙ୍କ୍‌ କରି ନାହାନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ବି ବଡ଼ ସମସ୍ୟାର ସାମ୍ନାକୁ କରିବାକୁ ପଡ଼ି ପାରେ। ସରକାର ପାଖାପାଖି ୧୧.୪୪ ଲକ୍ଷ ପାନ୍‌କୁ ବନ୍ଦ କରି ଦେଇଛନ୍ତି ନଚେତ ସେଗୁଡ଼ିକୁ ନିଷ୍କ୍ରିୟ ତାଲିକାଭୁକ୍ତ କରି ଦେଇଥିବା ଜଣାପଡ଼ିଛି। ଜୁନ୍‌ ୩୦ ତାରିଖ ପୂର୍ବରୁ ଆପଣ ଯଦି ପାନ୍‌କୁ ଆଧାର ସହିତ ଲିଙ୍କ କରିବେ ନାହିଁ ତେବେ ଆପଣଙ୍କ ପାନ୍‌କୁ ବି ସରକାର ନିଷ୍କ୍ରିୟ ଶ୍ରେଣୀରେ ପକାଇ ପାରନ୍ତି।

ସମ୍ବନ୍ଧିତ ଖବର