ପାନ୍‌ କାର୍ଡରୁ ଏପରି ଜାଣନ୍ତୁ ଆପଣଙ୍କ ପାଖକୁ ଆୟକର ବିଭାଗର ନୋଟିସ୍‌ ଆସିବ କି ନାହିଁ !

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୧୭-୨୦୧୮ ପାଇଁ ଆୟକର ରିଟର୍ଣ୍ଣ ଭରିବାର ଶେଷ ତାରିଖ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ଏପରି କ୍ଷେତ୍ରରେ ଯଦି ଆପଣ ଆଇଟିଆର୍‌ ଫାଇଲ୍‌ କରି ଦେଇଛନ୍ତି ତେବେ ଆପଣଙ୍କୁ ଆୟକର ବିଭାଗର ନୋଟିସ୍‌ ଆସିବାର ଭୟ ରହିପାରେ। ଯଦି ଆପଣ ଏହା ଜାଣିବାକୁ ଚେଷ୍ଟା କରନ୍ତି କି ଆପଣଙ୍କ ପାଖକୁ ଆୟକର ନୋଟିସ୍‌ ଆସିବ କି ନାହିଁ, ତେବେ ଆପଣ ଆପଣଙ୍କ ପାନ୍‌କାର୍ଡ ଜରିଆରେ ଏହାକୁ ଜାଣି ପାରିବେ।

୧. ୧୦ଅଙ୍କର ପାନ୍‌ ନମ୍ବର ଜରିଆରେ ଆପଣଙ୍କ ଟ୍ୟାକ୍ସ ପ୍ରୋଫାଇଲ ବିଷୟରେ ଜଣାଇ ପାରିବ। କେନ୍ଦ୍ର ସରକାରଙ୍କ କର ବିଭାଗ ବି ଆପଣଙ୍କ ପାନ୍‌ ନମ୍ବର ଜରିଆରେ ଟ୍ୟାକ୍ସ ପ୍ରୋଫାଇଲ ଚେକ୍‌ କରି ପାରିବେ। ଏଥିରୁ ଜଣାପଡ଼ିଯାଏ କି ଆୟକର ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରୁଛନ୍ତି କି ନାହିଁ।  ଏହାପରେ ସରକାର ଆପଣଙ୍କ ଆମଦାନି ଓ ଟ୍ୟାକ୍ସ ବିଷୟରେ ପତ୍ତା ଲଗାଇଥାଏ। ସରକାର ଏହି ପଦକ୍ଷପରୁ ସୁନିଶ୍ଚିତ କରିଥାଏ କି ଆପଣ ଟ୍ୟାକ୍ସ ଚୋରି କରୁ ନାହାନ୍ତି ତ !

୨. ଆୟକର ବିଭାଗରୁ ନୋଟିସ୍‌ ଆସିବ କି ନାହିଁ ଜାଣିବା ପାଇଁ ଆୟକର ବିଭାଗର େଓ୍ଵବସାଇଟ https://www.incometaxindia.gov.in/Pages/default.aspx କୁ ଯିବାକୁ ପଡ଼ିବ। ଏଠାରେ ଲଗ୍‌ଇନ୍‌ କରିବା ପରେ ଆପଣ ଜାଣି ପାରିବେ ଆପଣ ଆୟକର ରିଟର୍ଣ୍ଣ ପ୍ରୋସେସ୍‌ ହୋଇଛି କି ନାହିଁ। ଯଦି ଆପଣ ଆଇଟିଆର ଫାଇଲ ହେବାର କିଛିଦିନ ପରେ ବି ପ୍ରୋସେସ୍‌ ହୋଇ ନାହିଁ ତେବେ ଏହାର ଅର୍ଥ ଆୟକର ବିଭାଗକୁ ଆପଣଙ୍କ ରିଟର୍ଣ୍ଣ ବିଷୟରେ ଆହୁରି କିଛି ଜାଣିବାର ଅଛି। ଏମିତିରେ ଆୟକର ବିଭାଗ ଆପଣଙ୍କୁ ନୋଟସ୍‌ ପଠାଇ ପାରେ।

୩. ଆୟକର ବିଭାଗ ନୋଟିସ୍‌ ଅନୁସାରେ ଆପଶଙ୍କୁ ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ପଡ଼ିବ। ଯଦି ଆୟକର ବିଭାଗର ରେକର୍ଡରେ ଏହାର ଷ୍ଟାଟସ୍‌ ପେଣ୍ଡିଙ୍ଗ ରହିଛି, ତେବେ ଆୟକର ବିଭାଗ ଟ୍ୟାକ୍ସ ବିଭାଗକୁ ଆପଣଙ୍କ ନୋଟିସ୍‌ ପଠାଇପାରେ। ନୋଟିସ୍‌ରେ ଆୟକର ରିଟର୍ଣ୍ଣ ଫାଇଲ ନକରିବାର କାରଣ ବି ଆୟକର ବିଭାଗକୁ ପଚାରି ପାରିବ।

୪. ସେହିପରି ଆପଣ ଯଦି ଟିଡିଏସ୍‌ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆୟକର ବିଭାଗ େଓ୍ଵବସାଇଟକୁ ଯାଇ ଫର୍ମ ୨୬ଏଏସ୍‌ ଦେଖି ପାରିବେ। ଏଥିରେ ଆପଣଙ୍କ ପାନ୍‌ ନମ୍ବରରେ କେତେ ଟ୍ୟାକ୍ସ କଟା ଯାଇ ଜମା କରାଇଛି ଜାଣି ପାରିବେ।

ସମ୍ବନ୍ଧିତ ଖବର