ପାନାସୋନିକ ‘ଏଲୁଗା ରେ ୫୦୦’ ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ପାନାସୋନିକ ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବର ୨୦୧୭ରେ ଶୁଭାରମ୍ଭ କରାଯାଇଥିବା ‘ଏଲୁଗା ରେ ୫୦୦’ ସ୍ମାର୍ଟଫୋନ୍‌ର ବହୁଳ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୬ରୁ ସମସ୍ତ ଅଗ୍ରଣୀ ରିଟେଲ ଷ୍ଟୋର୍‌ ମାନଙ୍କରେ ଉପଲବ୍ଧ କରାଯାଇଛି। ଫ୍ଲିପକାର୍ଟରେ ସ୍ୱତନ୍ତ୍ର ଭାବେ ୮,୯୯୯ଟଙ୍କାରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନର ମୂଲ୍ୟ ସମାନ ରହିବ। ତିନୋଟି ରଙ୍ଗରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍‌ରେ ୪୦୦୦ ଏମଏଏଚର ବ୍ୟାଟେରି ରହିଛି। ପଛ ଭାଗରେ ୧୨୦ ଡିଗ୍ରୀ ଅଲ୍ଟା ଓ୍ଵାଇଡ ୮ ଏମପି ଏବଂ ୧୩ ଏମପିର ଡୁଆଲ କ୍ୟାମେରା ରହିଛି। ଏହି ପରିପ୍ରେକ୍ଷୀରେ ପାନାସୋନିକ ଇଣ୍ଡିଆର ମୋବିଲିଟି ବିଭାଗର ବାଣିଜ୍ୟିକ ମୁଖ୍ୟ, ପଙ୍କଜ ରାଣା କହିଛନ୍ତି ଯେ, ପ୍ରଥମ ଡୁଆଲ କ୍ୟାମେରା ଫୋନ ‘ଏଲୁଗା ରେ ୫୦୦’ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆମେ ଏହାକୁ ସମସ୍ତ ଅଗ୍ରଣୀ ରିଟେଲ ଷ୍ଟୋର ମାନଙ୍କରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛୁ।

ସମ୍ବନ୍ଧିତ ଖବର