ପାନାସୋନିକର ଡିସ୍‌ପ୍ଲେ କାରାଭାନ୍

ଭୁବନେଶ୍ବର : ଆଗାମୀ ପୂଜାକୁ ଦୃଷ୍ଟିରେ ରଖି ପାନା‌ସୋନିକ ପକ୍ଷରୁ ସ୍ବତନ୍ତ୍ର ମାର୍କେଟିଂ ଅଭିଯାନ ଆରମ୍ଭ କରାଯାଇଛି। କଂପାନି ପକ୍ଷରୁ ପାନା‌ସୋନିକ ଡିସ୍‌ପ୍ଲେ କାରାଭାନ୍ ପ୍ରସ୍ତୁତ କରାଯାଇଛି। ଏହା ବିଭିନ୍ନ ସ୍ଥାନ ଭ୍ରମଣ କରି ଗ୍ରାହକମାନଙ୍କୁ ପାନା‌ସୋନିକର ବିଭିନ୍ନ ଉତ୍ପାଦ ବିଷୟରେ ଅବଗତ କରିବ। ଏହି କାରାଭାନ୍‌ରେ କଂପାନିର ବିଭିନ୍ନ ପ୍ରକାର ଉତ୍ପାଦ ଯଥା ଏଲ୍‌ଇଡି, ରେଫ୍ରିଜରେଟର, ୱାସିଂ ମେସିନ, ମାଇକ୍ରୋ ଓଭେନ୍, ଭାକ୍ୟୁମ୍ କ୍ଲିନର୍‌, ୱାଟର ପ୍ୟୁରିଫାୟର, ଏୟାର ପ୍ୟୁରିଫାୟର, ବିଉଟି କେୟାର, କ୍ୟାମେରା ଓ ହୋମ୍ ଆପ୍ଲାଏନ୍‌ସେସ୍‌ ଆଦିକୁ ପ୍ରଦର୍ଶିତ କରାଯିବ। ସହିଦ ନଗର ଠାରେ ଏହି କାରାଭାନ୍ ସ୍ଥାପନ କରାଯାଇଛି। ଏହାର ଉଦଘାଟନ ଅବସରରେ କଂପାନିର ବ୍ୟବସାୟ ମୁଖ୍ୟ, ପୂର୍ବ-୨ ସନ୍ତୋଷ କୁମାର ସାମନ୍ତରାୟ, ବ୍ୟବସାୟ ମୁଖ୍ୟ-ଓଡ଼ିଶା ଦୁର୍ଗେଶ ଶୁକ୍ଳା, ରାଜ ଇଲେକ୍ଟ୍ରୋନିକ୍ସର ପ୍ରକାଶ କୁମାର ବିଶ୍ବାଳ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ରାଜେଶ ଗୁପ୍ତା ଓ ମହାବୀର ଏଜେନ୍ସିର ମନମୋହନ ଖୁଣ୍ଟିଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର