ରିଟେଲ ଷ୍ଟୋରରେ ପାନାସୋନିକ ଏଲୁଗା-ରେ’ ୫୦୦ର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ପାନାସୋନିକ ଏଲୁଗା-ରେ’ ୫୦୦ର ବହୁଳ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୬ଠାରୁ ସମସ୍ତ ଅଗ୍ରଣୀ ରିଟେଲ ଷ୍ଟୋର୍‌ ମାନଙ୍କରେ ବିକ୍ରି । ଆଗରୁ ଏହା ଫ୍ଲିପକାର୍ଟରେ ସ୍ୱତନ୍ତ୍ର ଭାବେ ୮୯୯୯ ଟଙ୍କାରେ ଉପଲବ୍ଧ ହେଉଥିଲା । ଷ୍ଟୋରରେ ମଧ୍ୟ ଏହି ସ୍ମାର୍ଟଫୋନର ମୂଲ୍ୟ ସମାନ ରହିବ । ଏଲୁଗା-ରେ’ ୫୦୦ ସ୍ୟାମ୍ପେନ ଗୋଲ୍ଡ, ମୋଚା ଗୋଲ୍ଡ ଏବଂ ମେରାଇନ ବ୍ଲୁ ଭଳି ତିନୋଟି ରଙ୍ଗରେ ଉପଲବ୍ଧ । ଏହିଏଲୁଗା-ରେ’ ୫୦୦ରେ ୪୦୦୦ ଏମଏଏଚର ବ୍ୟାଟେରୀ ରହିଥିବା ବେଳେ ପରଫେକ୍ଟ ସଟ ପାଇଁ ପଛ ଭାଗରେ ୧୨୦ ଡିଗ୍ରୀ ଅଲଟ୍ରା – ୱାଇଡ ଥିବା ୮ ଏମପି ଏବଂ ୧୩ ଏମପି ଭଳି ଡୁଆଲ କ୍ୟାମେରା ରହିଛି ।

ପ୍ରଥମ ଡୁଆଲ କ୍ୟାମେରା ଫୋନ ଏଲୁଗା-ରେ’ ୫୦୦ ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି, ଆମେ ଏହାକୁ ସମସ୍ତ ଅଗ୍ରଣୀ ରିଟେଲ ଷ୍ଟୋର ମାନଙ୍କରେ ଉପଲବ୍ଧ କରାଇବାର ନିର୍ଣ୍ଣୟ ନେଇଛୁ ବୋଲି କହିଛନ୍ତିପାନାସୋନିକ ଇଣ୍ଡିଆର ମୋବିଲିଟି ବିଭାଗର ବାଣିଜ୍ୟିକ ମୁଖ୍ୟ, ପଙ୍କଜ ରାଣା ।

ଏହି ଫୋନଟିରେ ୫ ଇଞ୍ଚର ଏଚଡି ଆଇପିଏସ ଡିସପ୍ଲେ ରହିଥିବା ବେଳେ ୨.୫ ଡି କର୍ଭଡ ମେଟାଲ ବଡି ରହିଛି । ଏଥିରେଥିବା ଅନ୍ୟାନ୍ୟ ପ୍ରମୁଖ ଫିଚର ଗୁଡ଼ିକ ମଧ୍ୟରେ ୧.୨୫ ଜିବିର କ୍ୱାଡ-କୋର ପ୍ରୋସେସର, ୩ ଜିବି ରାମ୍‌ ଏବଂ ୩୨ ଜିବି ଆଭ୍ୟନ୍ତରୀଣ ମେମୋରୀ ରହିଛି, ଯାହାକି ଆବଶ୍ୟକ ମୁତାବକ ୧୨୮ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଏହି ସ୍ମାର୍ଟଫୋନରେ ଆଣ୍ଡ୍ରଏଡ ୭.୦ ନୋଗଟ ରହିଛି ଏବଂ ସଂଯୋଗୀକରଣ ବିକଳ୍ପ ଦୃଷ୍ଟିରୁ ଏଥିରେ ୪ଜି ଭୋଲଟି, ଏଲଟିଇ, ୩ଜି, ୱାଇ-ଫାଇ, ବ୍ଲୁଟୁଥ ଏବଂ ଜିପିଏସ ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର