ଭୁବନେଶ୍ୱର: ପାନାସୋନିକ୍ ପକ୍ଷରୁ ବ୍ରହ୍ମପୁର ଏବଂ ବାଲେଶ୍ୱରଠାରେ ଏହାର ଅଟୋମେଟିକ୍ କୁକର୍, ମିକ୍ସଚର୍ ଗ୍ରାଇଣ୍ଡର୍ ଏବଂ େଓ୍ଵଟ୍ ଗ୍ରାଇଣ୍ଡର୍କୁ ବ୍ୟବହାର କରି ଲାଇଭ୍ ରୋଷେଇ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି ସବୁ ଉତ୍ପାଦକୁ କଂପାନି ଏହାର ଚେନ୍ନାଇ କାରଖାନାରେ ଉତ୍ପାଦନ କରୁଛି। କଂପାନିର ବରିଷ୍ଠ ଏଜିଏମ୍ ଭି ରାଜେଶ କହିଛନ୍ତି ଯେ ୦.୩ ଲିଟରଠାରୁ ଆରମ୍ଭ କରି ୪.୫ ଲିଟର କ୍ଷମତାର କୁକର୍ କଂପାନି ବିକ୍ରି କରୁଛି। ଏହା ଜରିଆରେ ମଣ୍ଡା ପିଛା, ମୋମୋ ଏବଂ ପନିପରିବା ରୋଷେଇ କରିହେବ। ବ୍ରହ୍ମପୁରଠାରେ ରୋଟାରି କ୍ଲବ୍ ଅଫ୍ ବ୍ରହ୍ମପୁର ଏବଂ ପାନାସୋନିକ୍ ବିଜନେସ୍ ପାର୍ଟନର୍ଙ୍କ ଜରିଆରେ ରୋଷେଇ କର୍ମଶାଳା ଆୟୋଜିତ ହୋଇଥିଲା। ଅନେକ ଗୃହିଣୀ ଏବଂ ମହିଳା ଏଥିରେ ଯୋଗ ଦେଇ ରୋଷେଇ ପ୍ରଣାଳୀ ବିଷୟରେ ରୋଷେଇ ବିଶେଷଜ୍ଞ ଶିକ୍ଷା ଦାସଙ୍କ ସହ ଆଲୋଚନା କରିଛନ୍ତି। କଂପାନିର କୁକର୍ ଜରିଆରେ ୪୦% ଗ୍ୟାସ୍ ସଂଚୟ କରୁଛି ବୋଲି ଶ୍ରୀ ରାଜେଶ କହିଛନ୍ତି।
ପାନାସୋନିକ୍ର ରୋଷେଇ କର୍ମଶାଳା
/sambad/media/post_attachments/wp-content/uploads/2017/12/panasonic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)