ବାଙ୍ଗାଲୋର : ପାନାସୋନିକ୍ ଲାଇଫ୍ ସଲ୍ୟୁସନ୍ସ ଇଣ୍ଡିଆ ପକ୍ଷରୁ ନୂଆ ଆଇ-କ୍ଲାସ୍ ମଡ୍ୟୁଲାର କିଚେନ୍ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି। ସୁଲଭ ମୂଲ୍ୟରେ ବିଳାସପୂର୍ଣ୍ଣ ବିକଳ୍ପ ସନ୍ଧାନରେ ଥିବା ଗ୍ରାହକମାନଙ୍କ ଆବଶ୍ୟକତାକୁ ନଜରରେ ରଖି କଂପାନି ଏହାକୁ ପ୍ରସ୍ତୁତ କରିଛି। ଏହି ଉତ୍ପାଦ ବର୍ଗମାଳା ୨୫ଟି ରିଟେଲ୍ ଷ୍ଟୋର୍ ଜରିଆରେ ୨୩ଟି ସହରରେ ଉପଲବ୍ଧ ହେବ। ଏଥିରେ ୧୦୦ ପ୍ରତିଶତ ସ୍ମାର୍ଟ ଷ୍ଟୋରେଜ୍ ବ୍ୟବସ୍ଥା ରହିଛି ଯାହା ସର୍ବାଧିକ ସ୍ଥାନ ପ୍ରଦାନ କରିବ।
କଂପାନି ପକ୍ଷରୁ ଏହା ଉପରେ ୧୦ ବର୍ଷର ରିପ୍ଲେସ୍ମେଣ୍ଟ୍ ୱାରେଣ୍ଟି ପ୍ରଦାନ କରାଯାଉଛି। ଏଥିରେ ଏସ୍ଏସ୍ ମ୍ୟାଟ୍, ରବର ଷ୍ଟ୍ରିପ୍ ଭଳି ସୁବିଧା ସୁଯୋଗ ରହିଛି। କଂପାନି ୨୦୧୮ରେ ଆଇ-କ୍ଲାସେସ୍ କିଚେନ୍ ବର୍ଗମାଳାର ଶୁଭାରମ୍ଭ କରିଥିଲା। ଆସନ୍ତା ୫୦ ଦିନ ଭିତରେ ସାରା ଦେଶରେ ନୂଆ ବର୍ଗର ଉତ୍ପାଦ ଉପଲବ୍ଧ ହେବ ଏବଂ ଇନଷ୍ଟଲେସନ୍ ସୁବିଧା ପ୍ରଦାନ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/panasonic.jpg)